ରତ୍ନବେଦି ଛାଡ଼ି ସ୍ନାନ ବେଦିରେ ମହାପ୍ରଭୁ
ପୁରୀ,୨୨।୬: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଯାତ୍ରା। ନୀତିକାନ୍ତି ପରେ ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି। ପାରମ୍ପରିକ ରୀତିନୀତିରେ ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବେ। ଏହାପରେ ଦିଅଁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯିବ। ଏହି ଦୁର୍ଲଭ ହାତୀବେଶକୁ ଅତି ନିକଟରୁ ଦର୍ଶନ କରିବେ କୋଟି କୋଟି ଭକ୍ତ। ବର୍ଷକରେ ଥରେ ଦିଅଁ ସ୍ନାନ ମଣ୍ଡପରେ […] The post ରତ୍ନବେଦି ଛାଡ଼ି ସ୍ନାନ ବେଦିରେ ମହାପ୍ରଭୁ appeared first on Dharitri Odia News.
ପୁରୀ,୨୨।୬: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ଯାତ୍ରା। ନୀତିକାନ୍ତି ପରେ ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି। ପ୍ରଥମେ ବଡ଼ଠାକୁର ଶ୍ରୀ ବଳଭଦ୍ର ରତ୍ନବେଦୀ ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚିଛନ୍ତି। ପାରମ୍ପରିକ ରୀତିନୀତିରେ ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବେ। ଏହାପରେ ଦିଅଁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯିବ। ଏହି ଦୁର୍ଲଭ ହାତୀବେଶକୁ ଅତି ନିକଟରୁ ଦର୍ଶନ କରିବେ କୋଟି କୋଟି ଭକ୍ତ। ବର୍ଷକରେ ଥରେ ଦିଅଁ ସ୍ନାନ ମଣ୍ଡପରେ ଜଳସ୍ନାନ କରନ୍ତି ଏବଂ ଅନ୍ୟ ଦିନରେ କେବଳ ମନ୍ତ୍ର ସ୍ନାନ କରିବାର ପରମ୍ପରା ରହିଛି।
ଦାରୁଦିଅଁଙ୍କ ଲୀଳାକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଏକ ଶାସ୍ତ୍ରୀୟ ଭିତ୍ତିଭୂମି ଆଧାରିତ ଲୀଳା। ମହାପ୍ରଭୁଙ୍କ ଆର୍ବିଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ମଧ୍ୟ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟ ଲୀଳା ବୋଲି କୁହାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନ ଲୀଳା କରିଥିଲେ।
The post ରତ୍ନବେଦି ଛାଡ଼ି ସ୍ନାନ ବେଦିରେ ମହାପ୍ରଭୁ appeared first on Dharitri Odia News.