ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପରିଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯାଇଛି। ପୂର୍ବରୁ ଶେଷ ଥର ପାଇଁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ୧୯୮୫ ଜୁଲାଇ ୧୪ ତାରିଖରେ ଖୋଲାଯାଇଥିବା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି। ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଚିଠି ନମ୍ବର- ୧୨୧୮୯ ତା ୨୯/୧୦/୨୦୨୨ ଯୋଗେ ଏହି ତଥ୍ୟ ପ୍ରଦାନ କରାଯାଇଛି। ସୂଚନା ଅଧିକାର ଆଇନ […] The post ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ appeared first on Dharitri Odia News.

ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପରିଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯାଇଛି। ପୂର୍ବରୁ ଶେଷ ଥର ପାଇଁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ୧୯୮୫ ଜୁଲାଇ ୧୪ ତାରିଖରେ ଖୋଲାଯାଇଥିବା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି। ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଚିଠି ନମ୍ବର- ୧୨୧୮୯ ତା ୨୯/୧୦/୨୦୨୨ ଯୋଗେ ଏହି ତଥ୍ୟ ପ୍ରଦାନ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପାଇଥିବା ସୂଚନା ଅଧିକାର କର୍ମୀ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, ପୁଣି ୩୯ ବର୍ଷ ପରେ ସେହି ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏହାକୁ କେବଳ ଏକ ଅପୂର୍ବ ସଂଯୋଗ ବୋଲି କୁହାଯାଇପାରେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ୧୯୭୭ ମସିହାରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା ବୋଲି ଯାହା ପ୍ରଚାର କରାଯାଉଛି ତାହା ଭୁଲ ବୋଲି ସୂଚନା ଅଧିକାର କର୍ମୀ ପଣ୍ଡା କହିଛନ୍ତି। ଏହାସହ ତଥ୍ୟରେ ୧୯୫୪-୫୫ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଲାଗୁ କରାଯିବା ପରେ ସମସ୍ତ ସମ୍ପତ୍ତିର ବସ୍ତୁସୂଚୀର ତାଲିକା କରାଯାଇଥିବା କଥା କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ସେପ୍ଟେମ୍ବର ୧୧ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ୧୦ ବର୍ଷ ଲାଗିଗଲା ବୋଲି ପଣ୍ଡା କହିଛନ୍ତି। ସେ ପୁଣି କହିଛନ୍ତି ଯେ, ସରକାରଙ୍କ ପାଖରେ ମହଜୁଦ ଥିବା ସୁନା, ରୁପା ସହ ରତ୍ନ ତାଲିକାକୁ ସାର୍ବଜାନୀନ କରାଯିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ଗଣତି ମଣତି ତାଲିକାକୁ ସାର୍ବଜନୀନ କରାଯାଉ ଓ ତାଲିକାକୁ ଠିକ୍‌ ଭାବରେ ସଂରକ୍ଷଣ କରାଯାଉ। ଫଳରେ ଭବିଷ୍ୟତରେ ଆଉ ଦ୍ୱନ୍ଦ୍ୱ ଉପୁଜିବ ନାହିଁ ବୋଲି ପଣ୍ଡା ପ୍ରେସ୍‌ ରିଲିଜ୍‌ରେ କହିଛନ୍ତି।

The post ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ appeared first on Dharitri Odia News.