ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ କହିଲେ ପୂର୍ବରୁ ଡୁପ୍ଲିକେଟ୍ ଚାବି…
ପୁରୀ,୧୫ା୭: ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ୍ ଚାବି ନେଇ ମିଛ କଥା କୁହାଯାଇଥିଲା, ତାହାର ନିଶ୍ଚିତ ତଦନ୍ତ ହେବ। ସେ ଚାବି କଥା କିଏ କାହିଁକି କହିଥିଲା ଏବଂ କିଏ କହିବା ପାଇଁ କହିଥିଲା ତାହାର ନିଶ୍ଚିତ ତଦନ୍ତ ହେବ। ଅନ୍ୟପକ୍ଷରେ ଆମର ପ୍ରାଥମିକତା ଥିଲା ରତ୍ନଭଣ୍ଡାର ଖୋଲିବା। ରତ୍ନଭଣ୍ଡାର ଖୋଲିବା ପରେ ଖାଲି ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀ […] The post ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ କହିଲେ ପୂର୍ବରୁ ଡୁପ୍ଲିକେଟ୍ ଚାବି… appeared first on Dharitri Odia News.
ପୁରୀ,୧୫ା୭: ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ୍ ଚାବି ନେଇ ମିଛ କଥା କୁହାଯାଇଥିଲା, ତାହାର ନିଶ୍ଚିତ ତଦନ୍ତ ହେବ। ସେ ଚାବି କଥା କିଏ କାହିଁକି କହିଥିଲା ଏବଂ କିଏ କହିବା ପାଇଁ କହିଥିଲା ତାହାର ନିଶ୍ଚିତ ତଦନ୍ତ ହେବ।
ଅନ୍ୟପକ୍ଷରେ ଆମର ପ୍ରାଥମିକତା ଥିଲା ରତ୍ନଭଣ୍ଡାର ଖୋଲିବା। ରତ୍ନଭଣ୍ଡାର ଖୋଲିବା ପରେ ଖାଲି ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର ଜଗନ୍ନାଥପ୍ରେମୀ ସନ୍ତୋଷବ୍ୟକ୍ତ କରିଛନ୍ତି।ଆମେ ନିଷ୍ପତ୍ତି ନେଇଥିଲୁ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ। ତେଣୁ ଖୋଲାଗଲା। ଅଳଙ୍କାର ଗଣତି ମଣତି ସହ ଡାଟାବେସ କରାଯିବ, ସ୍ଥାୟୀ କାଟାଲଗ୍ ହେବ। ଆଗାମୀ ଦିନରେ ଏସ୍ଓପି ଆଧାରରେ ଶୃଙ୍ଖଳାର ସହ ସବୁ କିଛି ହେବ’। ଚାବି କ’ଣ ଥିଲା, କ’ଣ ନ ଥିଲା, ସେ ବାବଦରେ ନିଶ୍ଚିତ ତଦନ୍ତ ହେବ।
The post ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ କହିଲେ ପୂର୍ବରୁ ଡୁପ୍ଲିକେଟ୍ ଚାବି… appeared first on Dharitri Odia News.