ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠିତ, ୬ରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ  ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ଜଣିଆ କମିଟି ଗଠନ କରାଯାଇଛି । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏହି  ଯାଞ୍ଚ କମିଟି ଗଠିତ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଗଠିତ ହୋଇଥିବା ୧୬ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ କରାଯାଇଛି। […]

ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠିତ, ୬ରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ  ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ଜଣିଆ କମିଟି ଗଠନ କରାଯାଇଛି । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏହି  ଯାଞ୍ଚ କମିଟି ଗଠିତ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଗଠିତ ହୋଇଥିବା ୧୬ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି। ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ କରାଯାଇଛି। ଜୁଲାଇ ୬ ତାରିଖରେ କମିଟିର ବୈଠକ ବସିବ ଏବଂ ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। କେଉଁଭଳି କାର୍ଯ୍ୟ ଆଗକୁ ଯିବ, ମୋଡାଲିଟି ପ୍ରସ୍ତୁତ କରାଯିବ। କମିଟି ନିଷ୍ପତ୍ତି ଆଧାରରେ ନିର୍ଦ୍ଧାରିତ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।