ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହେଲା ଖାଲି ସିନ୍ଦୁକ ଓ ଆଲମିରା

ଭିତର ଏବଂ ବାହାର ରତ୍ନଭଣ୍ଡାର ଏବେ ସଂପୂର୍ଣ୍ଣ ଖାଲି ହୋଇଯାଇଛି।

ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହେଲା ଖାଲି ସିନ୍ଦୁକ ଓ ଆଲମିରା

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଥିବା ଏକ ଲୁହା ସିନ୍ଦୁକ ବାହାର କରିବା ସମ୍ଭବ ନହେବାରୁ କବାଟ କଟାଯାଇଥିଲା। ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଉକ୍ତ ସିନ୍ଦୁକ ବାହାର କରାଗଲା। ସିନ୍ଦୁକ ବାହାର କରାଗଲା ପରେ ପୁଣି କବାଟ ମରାମତି ହୋଇଥିଲା। ସମସ୍ତ ସିନ୍ଦୁକ ଓ ଆଲମିରାକୁ ନିର୍ଦ୍ଧାରିତ କୋଠରୀରେ ରଖାଯାଇଛି।

ଭିତର ଏବଂ ବାହାର ରତ୍ନଭଣ୍ଡାର ଏବେ ସଂପୂର୍ଣ୍ଣ ଖାଲି ହୋଇଯାଇଛି। ଏହା ପରେ ଏଏସ୍ଆଇକୁ ଚିଠି ଲେଖାଯିବ। ASI ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବେ। ଆବଶ୍ୟକ ସ୍କାନିଂ ପରେ ASI ମରାମତି କାର୍ଯ୍ୟ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହୋଇଛି।