ରତ୍ନଭଣ୍ଡାରରେ ରହିଛି ସୁନା ପ୍ରତିମା । ଶ୍ରୀମନ୍ଦିରରେ କ୍ଷୟ ଅବସ୍ଥାରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ କ୍ଷୟ ଅବସ୍ଥାରେ ପୂଜା ପାଉଛନ୍ତି ମହାପ୍ରଭୁଙ୍କ ଘରଣୀ ମା ମହାଲକ୍ଷ୍ମୀ । ଏକଥା ଆମେ କହୁନୁ, ବରଂ ଏକଥା କହିଛନ୍ତି ଖୋଦ୍ ମୁକ୍ତି ମଣ୍ଡପ ପଣ୍ଡିତ । ଏଭଳି ବିଷ୍ପୋରକ ବୟାନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ। ଦୀର୍ଘବର୍ଷ ହେବ ଭିତର ରତ୍ନଭଣ୍ଡାରରେ ରହିଥିବା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୂର୍ତ୍ତିକୁ ପୂଜା କରାଯାଉନଥିବା ଅଭିଯୋଗ ମଧ୍ୟ ଆସିଛି । ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ସେବାୟତ ଦାୟୀ କରିଛନ୍ତି । ଏକଥା ଶୁଣି ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ କଥାର ସତ୍ୟତାକୁ ଆହୁରି ବଳିଷ୍ଠ କରିଛି ଖୋଦ୍ ସେବାୟତଙ୍କ ପ୍ରତିକ୍ରିୟା । ଭିତର ରତ୍ନଭଣ୍ଡାରରେ ମା ମହାଲକ୍ଷ୍ମୀଙ୍କ ଏକ ସୁନା ମୂର୍ତ୍ତି ନିର୍ମାଣ ହୋଇ ରହିଥିବା ବେଳେ ତାହା ଦୀର୍ଘବର୍ଷ ହେବ ପ୍ରତିଷ୍ଠା ହୋଇନାହିଁ । ୧୯୭୨ ଓ ୧୯୭୪ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବାବେଳେ ସୁନାରେ ତିଆରି ମହାଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ଥିବା ଜଣାପଡିଥିଲା । ତେବେ କାହିଁକି କ୍ଷୟ ମୂର୍ତ୍ତିକୁ ପୂଜା କରାଯାଉଛି ଓ ନୂଆ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯାଉନାହିଁ ସେନେଇ ଉଠିଛି ପ୍ରଶ୍ନ । ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ବିବାଦ ଯୋଗୁଁ ମୂର୍ତ୍ତି ଅପୂଜା ରହିଛି ବୋଲି କହିଛନ୍ତି ବରିଷ୍ଠ ଦଇତାପତି । ୨୦୧୫ ମସିହାରୁ ଭିତର ରତ୍ନଭଣ୍ଡାରରେ ଥିବା ନୂତନ ମହାଲକ୍ଷ୍ମୀ

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ କ୍ଷୟ ଅବସ୍ଥାରେ ପୂଜା ପାଉଛନ୍ତି ମହାପ୍ରଭୁଙ୍କ ଘରଣୀ ମା ମହାଲକ୍ଷ୍ମୀ । ଏକଥା ଆମେ କହୁନୁ, ବରଂ ଏକଥା କହିଛନ୍ତି ଖୋଦ୍ ମୁକ୍ତି ମଣ୍ଡପ ପଣ୍ଡିତ । ଏଭଳି ବିଷ୍ପୋରକ ବୟାନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ। ଦୀର୍ଘବର୍ଷ ହେବ ଭିତର ରତ୍ନଭଣ୍ଡାରରେ ରହିଥିବା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୂର୍ତ୍ତିକୁ ପୂଜା କରାଯାଉନଥିବା ଅଭିଯୋଗ ମଧ୍ୟ ଆସିଛି । ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ସେବାୟତ ଦାୟୀ କରିଛନ୍ତି ।
ଏକଥା ଶୁଣି ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ କଥାର ସତ୍ୟତାକୁ ଆହୁରି ବଳିଷ୍ଠ କରିଛି ଖୋଦ୍ ସେବାୟତଙ୍କ ପ୍ରତିକ୍ରିୟା । ଭିତର ରତ୍ନଭଣ୍ଡାରରେ ମା ମହାଲକ୍ଷ୍ମୀଙ୍କ ଏକ ସୁନା ମୂର୍ତ୍ତି ନିର୍ମାଣ ହୋଇ ରହିଥିବା ବେଳେ ତାହା ଦୀର୍ଘବର୍ଷ ହେବ ପ୍ରତିଷ୍ଠା ହୋଇନାହିଁ । ୧୯୭୨ ଓ ୧୯୭୪ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିବାବେଳେ ସୁନାରେ ତିଆରି ମହାଲକ୍ଷ୍ମୀଙ୍କ ଏକ ମୂର୍ତ୍ତି ଥିବା ଜଣାପଡିଥିଲା । ତେବେ କାହିଁକି କ୍ଷୟ ମୂର୍ତ୍ତିକୁ ପୂଜା କରାଯାଉଛି ଓ ନୂଆ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯାଉନାହିଁ ସେନେଇ ଉଠିଛି ପ୍ରଶ୍ନ । ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ବିବାଦ ଯୋଗୁଁ ମୂର୍ତ୍ତି ଅପୂଜା ରହିଛି ବୋଲି କହିଛନ୍ତି ବରିଷ୍ଠ ଦଇତାପତି ।
୨୦୧୫ ମସିହାରୁ ଭିତର ରତ୍ନଭଣ୍ଡାରରେ ଥିବା ନୂତନ ମହାଲକ୍ଷ୍ମୀଙ୍କ ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇ ପୂଜା କରାଯିବା ଉଦ୍ୟମ ଆରମ୍ଭ କରାଯାଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ମଧ୍ୟରେ ବିବାଦର ସମାଧାନ କରିପାରିନାହିଁ । ଏଭଳି ସମ୍ବେଦନଶୀଳ ଘଟଣା ଉପରେ ମୁକ୍ତିମଣ୍ଡପ ସଦସ୍ୟ ଅଶୋକ ମହାପାତ୍ର କହିଛନ୍ତି, ବର୍ତ୍ତମାନ ପୂଜା ପାଉଥିବା ମହାଲକ୍ଷ୍ମୀଙ୍କ ମୂର୍ତ୍ତି କ୍ଷୟ ଅବସ୍ଥାରେ ଅଛନ୍ତି । ନୂତନ ବିଗ୍ରହଙ୍କୁ ଭିତର ରତ୍ନଭଣ୍ଡାରରୁ ଅଣାଯାଇ ପୂଜା ନକରିବା ପଛରେ କଣ କାରଣ ରହିଛି, ତାକୁ ନେଇ ପଣ୍ଡିତ ଓ ଭକ୍ତ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି ।