ରଥକାଠ ଅନୁକୂଳ ପାଇଁ ଆସିଲା ଆଜ୍ଞାମାଳ, ଆସନ୍ତାକାଲି ଠାରୁ କଟାଯିବ ରଥ କାଠ
ନୟାଗଡ : ରଥକାଠ ଅନୁକୂଳ ପାଇଁ ଆସିଲା ଆଜ୍ଞାମାଳ। ଆଜ୍ଞାମାଳକୁ ଗ୍ରହଣ କଲେ ନୟାଗଡ DFO। ଆସନ୍ତାକାଲି ଗଣିଆ ନିକଟସ୍ଥ ବଡ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ହେବ। ଆସନ୍ତା କାଲିଠାରୁ କଟାଯିବ ରଥ କାଠ। ଆସନ୍ତା ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ଦରକାର। ଚଳିତ ବର୍ଷ ନୟାଗଡ ବନଖଣ୍ଡ ରୁ ୯୦୦ରୁ ଉର୍ଦ୍ଧ୍ବ କାଠ ରଥ ନିର୍ମାଣ ପାଇଁ ପଠାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପାଖରେ ୫୧ ଖଣ୍ଡ କାଠ ବଳକା ରହିଛି […] The post ରଥକାଠ ଅନୁକୂଳ ପାଇଁ ଆସିଲା ଆଜ୍ଞାମାଳ, ଆସନ୍ତାକାଲି ଠାରୁ କଟାଯିବ ରଥ କାଠ appeared first on KNews Odisha.

ନୟାଗଡ : ରଥକାଠ ଅନୁକୂଳ ପାଇଁ ଆସିଲା ଆଜ୍ଞାମାଳ। ଆଜ୍ଞାମାଳକୁ ଗ୍ରହଣ କଲେ ନୟାଗଡ DFO। ଆସନ୍ତାକାଲି ଗଣିଆ ନିକଟସ୍ଥ ବଡ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ହେବ। ଆସନ୍ତା କାଲିଠାରୁ କଟାଯିବ ରଥ କାଠ। ଆସନ୍ତା ବର୍ଷ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ଦରକାର।
ଚଳିତ ବର୍ଷ ନୟାଗଡ ବନଖଣ୍ଡ ରୁ ୯୦୦ରୁ ଉର୍ଦ୍ଧ୍ବ କାଠ ରଥ ନିର୍ମାଣ ପାଇଁ ପଠାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପାଖରେ ୫୧ ଖଣ୍ଡ କାଠ ବଳକା ରହିଛି । ଆଜି ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ୩ ଜଣ ସେବାୟତ ଆଜ୍ଞା ମାଳ ଧରି ନୟାଗଡ ରେ ପଂହଁଚିଥିଲେ । ଆସନ୍ତା କାଲି ଦଶପଲ୍ଲା ବନାଞ୍ଚଳରୁ ରଥକାଠ ଅନୁକୂଳ ହୋଇ ଗଛ କଟା ଆରମ୍ଭ ହେବ। ଶ୍ରୀପଞ୍ଚମୀ ପୂର୍ବରୁ ରଥକାଠ ପୁରୀରେ ପଂହଁଚିବ ବୋଲି ନୟାଗଡ DFO କହିଛନ୍ତି।
The post ରଥକାଠ ଅନୁକୂଳ ପାଇଁ ଆସିଲା ଆଜ୍ଞାମାଳ, ଆସନ୍ତାକାଲି ଠାରୁ କଟାଯିବ ରଥ କାଠ appeared first on KNews Odisha.