ରଥଟଣା ବେଳେ ଅଘଟଣ :ଜଣେ ଶ୍ରଦ୍ଧାଳୁ ମୃତ, ୮ରୁ ୧୦ ଜଣ ଆହତ

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସମୟରେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୮ରୁ ୧୦ ଭକ୍ତ ଆହତ ସୂଚନା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ରଥଟଣା ବନ୍ଦ ହୋଇଥିବାବେଳେ ସୋମବାର ପୁଣିଥରେ ରଥ ଟଣା ହେବ […]

ରଥଟଣା ବେଳେ ଅଘଟଣ :ଜଣେ ଶ୍ରଦ୍ଧାଳୁ ମୃତ, ୮ରୁ ୧୦ ଜଣ ଆହତ

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସମୟରେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୮ରୁ ୧୦ ଭକ୍ତ ଆହତ ସୂଚନା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ରଥଟଣା ବନ୍ଦ ହୋଇଥିବାବେଳେ ସୋମବାର ପୁଣିଥରେ ରଥ ଟଣା ହେବ ।

ତେବେ ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ଗୁରୁତର ହୋଇଛନ୍ତି। ବଳଭଦ୍ରଙ୍କ ତାଳଧ୍ବଜ ରଥ ପ୍ରଥମେ ଟଣା ହୋଇଥିଲା। ଏହି ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ଅଣନିଃଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ପହଞ୍ଚିଛନ୍ତି।