ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତି ଚୂଡାନ୍ତ ,ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ : ରାତି ପାହିଲେ ବିଶ୍ବ ନିଅନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡ଼ ଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମହାମିଳନ । ଶାନ୍ତି ଶୃଙ୍ଖଳା ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ଆଜି ପ୍ରଶାସନ ପକ୍ଷରୁ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ କରାଯାଇଛି । ସକାଳ ୬ଟାରେ ମଙ୍ଗଳ ଆଳତୀ ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ୬ ଟା ୧୦ ରେ ମଇଲମ ଲାଗି ହେବ । ସେହିପରି ୬.୩୦ ରେ ତଡପ […]

ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତି ଚୂଡାନ୍ତ ,ସୁରକ୍ଷା ବ୍ୟବସ୍ଥା କଡାକଡି
ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତି ଚୂଡାନ୍ତ ,ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ : ରାତି ପାହିଲେ ବିଶ୍ବ ନିଅନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡ଼ ଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମହାମିଳନ । ଶାନ୍ତି ଶୃଙ୍ଖଳା ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ଆଜି ପ୍ରଶାସନ ପକ୍ଷରୁ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ କରାଯାଇଛି । ସକାଳ ୬ଟାରେ ମଙ୍ଗଳ ଆଳତୀ ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ୬ ଟା ୧୦ ରେ ମଇଲମ ଲାଗି ହେବ । ସେହିପରି ୬.୩୦ ରେ ତଡପ ଲାଗି, ରୋଷ ହୋମ, ୬.୩୦ ରେ ଅବକାଶ, ୭.୦୦ ରେ ସୂର୍ଯ୍ୟ ପୂଜା, ୭.୧୦ରେ , ଦ୍ବାରପାଳ ପୂଜା ଓ ବେଶ ଶେଷ ୭. ୩୦ରେ ହେବ ।

ସେହିପରି ୮ଟା ରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ ଏବଂ ରଥ ପ୍ରତିଷ୍ଠା ହେବ । ୯.୧୫ ରେ ମଙ୍ଗଳାର୍ପଣ, ୯.୩୦ ପହଣ୍ଡି ଆରମ୍ଭ, ଦିନ ୧୨.୩୦ ରେ ପହଣ୍ଡି ଶେଷ, ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଶ୍ରୀମଦନ ମୋହନ, ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ମ ବିଜେ ନିତି କରାଯିବ । ସେହିପରି ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ଓ ବେଶ ଶେଷ । ୨.୩୦ ରୁ ୩. ୩୦ ପର୍ଯ୍ୟନ୍ତ ଛେରାପହଁରା, ଚାରମାଳ ଫିଟା, ଘୋଡା ଓ ସାରଖୀ ଲାଗିବ । ଏହାପରେ ଦିନ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।

ଅନ୍ୟପଟେ,ରଥଯାତ୍ରା ବେଳେ ପୁରୀରେ ଭିଡ଼ ଉପରେ ନଜର ରଖିବ ଡ୍ରୋନ୍‌ । ଟ୍ରାଫିକ୍‌ ନିୟନ୍ତ୍ରଣ ସହ ଡ୍ରୋନ୍‌ ମାଧ୍ୟମରେ ପୋଲିସ କଣ୍ଟ୍ରୋଲରୁମ୍‌କୁ ଆସିବ ଭିଡ଼ ସମ୍ପର୍କିତ ସୂଚନା । କେଉଁ ସ୍ଥାନରେ କାହିଁକ ଅଧିକ ଭିଡ଼ ହେଉଛି , ଆଉ ଭିଡ଼କୁ କେମିତି କମାଇ ହେବ ସେନେଇ ପୁରୀ ସହରରେ ଏରିଏଲ୍‌ ସର୍ଭେ କରିବ ଡ୍ରୋନ୍‌ । ସେହିଭଳି ରଥଯାତ୍ରା ପୂର୍ବରୁ ପୁରୀରେ ହୋଇଛି ରଥ ଟଣା ମିକଡ୍ରିଲ । ୩ଟି ଗାଡ଼ି କୁ ରଥର ପ୍ରତିକାତ୍ମକ ଭାବେ ନିଆଯାଇ ମକଡ୍ରିଲ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ କେମିତି ହେବ ସୁରକ୍ଷିତ ରଥ ଟଣା ସେନେଇ ପୁରୀ ରିଜର୍ଭ ପଡ଼ିଆରେ , ପୋଲିସ, କେନ୍ଦ୍ରୀୟ ସୁରକ୍ଷା ମିଳିତ ସହଯୋଗରେ ରଥ ଟଣା ମକଡ୍ରିଲ ହୋଇଛି ।

ସେହିଭଳି ପୁରୀ ସମୁଦ୍ରକୂଳରେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ଓ ସୁରକ୍ଷିତ ସମୁଦ୍ର ସ୍ନାନକୁ ଦିଆଯାଇଛି ଗୁରୁତ୍ବ। ସମୁଦ୍ରରେ ସ୍ନାନ ବେଳେ ଯେଭଳି କୌଣସି ଅଘଟଣ ନଘରେ ସେନେଇ ପୁରୀ ପୋଲିସ, ଅଗ୍ନିଶମ ବାହିନୀ, ଲାଇଫ୍ ଗାର୍ଡ଼ଙ୍କୁ ନେଇ ହୋଇଛି ମକଡ୍ରିଲ୍ । ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୫୦ ପ୍ରାଇଭେଟ୍ ଲାଇଫ୍ ଗାର୍ଡ଼ । କାଲି ନବଯୌବନ ଦର୍ଶନ ପରେ ଅପେକ୍ଷା କେତେବେଳେ ରଥକୁ ଆସିବେ କଳା ସାଆନ୍ତ ।