ରଥଯାତ୍ରା ବେଳେ ଅଘଟଣ, ଡିଜେ ତଳେ ଚାପି ହୋଇ ଚାଲିଗଲା ନାବାଳକର ଜୀବନ

ଭଦ୍ରକ:  ଡିଜେ ହେଲା କାଳ। ରଥଯାତ୍ରେରେ ଘଟିଗଲା ବଡ଼ ଅଘଟଣ। ବେଶ ଖୁସିରେ ଡିଜେ ବଜାଇ ରଥ ଟାଣୁଥିଲେ ଗାଁ ଲୋକେ। ହେଲେ ସେ କ’ଣ ଜାଣିଥିଲେ ଡିଜେ ଓଲଟି ପଡ଼ିବ ବୋଲି. ଆଉ ସେଥିରେ ଚାପି ହୋଇ ନାବାଳକର ଜୀବନ ଚାଲିଯିବ ବୋଲି। ହଁ ଗତକାଲି ଥିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଗାଁଠୁ ସହର ବିଭିନ୍ନ ଜାଗାରେ ରଥଯାତ୍ରା ଆୟୋଜନ ହୋଇଥିଲା। ରଥ ତିଆରି କରି ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିଲା। ଆଉ ଏହାରି ଭିତରେ ଭଦ୍ରକର […]

ରଥଯାତ୍ରା ବେଳେ ଅଘଟଣ, ଡିଜେ ତଳେ ଚାପି ହୋଇ ଚାଲିଗଲା ନାବାଳକର ଜୀବନ

ଭଦ୍ରକ:  ଡିଜେ ହେଲା କାଳ। ରଥଯାତ୍ରେରେ ଘଟିଗଲା ବଡ଼ ଅଘଟଣ। ବେଶ ଖୁସିରେ ଡିଜେ ବଜାଇ ରଥ ଟାଣୁଥିଲେ ଗାଁ ଲୋକେ। ହେଲେ ସେ କ’ଣ ଜାଣିଥିଲେ ଡିଜେ ଓଲଟି ପଡ଼ିବ ବୋଲି. ଆଉ ସେଥିରେ ଚାପି ହୋଇ ନାବାଳକର ଜୀବନ ଚାଲିଯିବ ବୋଲି।

ହଁ ଗତକାଲି ଥିଲା ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଗାଁଠୁ ସହର ବିଭିନ୍ନ ଜାଗାରେ ରଥଯାତ୍ରା ଆୟୋଜନ ହୋଇଥିଲା। ରଥ ତିଆରି କରି ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିଲା।

ଆଉ ଏହାରି ଭିତରେ ଭଦ୍ରକର ଧାମନଗର ଅନହରପୁର ଗାଁରେ ମଧ୍ୟ ରତଯାତ୍ରା ଆୟୋଜନ ହୋଇଥିଲା। ଡିଜେ ବଜାଇ ବେଶ ଆନନ୍ଦରେ ରଥଯାତ୍ରା ଚାଲିଥିଲା।

ହେଲେ ଏତିକି ବେଳେ ଏକ ବଡ଼ ଅଘଟଣ ଘଟିଲା। ଡିଜେ ଓଲଟିପଡ଼ିଲା। ଫଳରେ ପାଖରେ ଛିଡ଼ା ହୋଇଥିବା ଜଣେ ନାବାଳକ ଉପରେ ହିଁ ଡ଼ିଜେ ପଡ଼ିଲା। ଫଳରେ ଡିଜେ ତଲେ ଚାପି ହୋଇ ଚାଲିଗଲା ନାବାଳକର ଜୀବନ।

ଗୁରୁତର ଅବସ୍ଥାରେ ନାବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ କିଛି ଲାଭ ହେଲା ନାହିଁ। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡିଜେ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।