ରଥଯାତ୍ରା ୨୦୨୪ : ପ୍ରଥମ ପ୍ରସ୍ତୁତି ବୈଠକ ଶେଷ, ବିଭାଗୀୟ ଅଧିକାରୀଙ୍କୁ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
ପୁରୀ ୩୦।୦୩ : ରଥଯାତ୍ରା ୨୦୨୪ । ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ପରିକ୍ରମା ପ୍ରକଳ୍ପ ପାଇଁ ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ସମାଗମ ହେବ। ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଖସଡ଼ା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ସେବା, ରାସ୍ତାଘାଟ, ବିଦ୍ୟୁତ୍, ଡ୍ରେନେଜ୍, ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ। ବୈଠକ ଶେଷ ପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ଆସନ୍ତା ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ପୁରା ପ୍ରସ୍ତୁତିରେ ଆଗେଇ ପଡିଛି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ । ପୂର୍ବରୁ ରଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀକୁ ଆସିଯାଇଛି । ଆଗାମୀ ଅକ୍ଷୟ ତୃତୀୟା ଅବସରରେ ରଥ କାଠର ଅନୁକୁଳ ହେବ । ଏହାପରେ ରଥ ନିର୍ମାଣ କାମ ଆରମ୍ଭ ହେବ । ହେଲେ ଏହାପୂର୍ବରୁ ଆଗାମୀ ରଥ ଯାତ୍ରା ଆୟୋଜନ ନେଇ ପୁରୀରେ ବସିଛି ପ୍ରଥମ ପ୍ରସ୍ତୁତି ବୈଠକ। ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରଥ ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ସେବା, ରାସ୍ତା ଘାଟ, ବିଦ୍ୟୁତ, ଡ୍ରେନେଜ୍, ପାନୀ
ପୁରୀ ୩୦।୦୩ : ରଥଯାତ୍ରା ୨୦୨୪ । ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରଥମ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ପରିକ୍ରମା ପ୍ରକଳ୍ପ ପାଇଁ ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ସମାଗମ ହେବ। ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଖସଡ଼ା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ସେବା, ରାସ୍ତାଘାଟ, ବିଦ୍ୟୁତ୍, ଡ୍ରେନେଜ୍, ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ। ବୈଠକ ଶେଷ ପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଆସନ୍ତା ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ପୁରା ପ୍ରସ୍ତୁତିରେ ଆଗେଇ ପଡିଛି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ । ପୂର୍ବରୁ ରଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥ କାଠ ପୁରୀକୁ ଆସିଯାଇଛି । ଆଗାମୀ ଅକ୍ଷୟ ତୃତୀୟା ଅବସରରେ ରଥ କାଠର ଅନୁକୁଳ ହେବ । ଏହାପରେ ରଥ ନିର୍ମାଣ କାମ ଆରମ୍ଭ ହେବ । ହେଲେ ଏହାପୂର୍ବରୁ ଆଗାମୀ ରଥ ଯାତ୍ରା ଆୟୋଜନ ନେଇ ପୁରୀରେ ବସିଛି ପ୍ରଥମ ପ୍ରସ୍ତୁତି ବୈଠକ। ଏହି ବୈଠକରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଜ ନିଜ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରଥ ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ସେବା, ରାସ୍ତା ଘାଟ, ବିଦ୍ୟୁତ, ଡ୍ରେନେଜ୍, ପାନୀୟ ଜଳ ଯୋଗାଣ ଉପରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।