ରବି ଦାସ ହତ୍ୟା ମାମଲାରେ ୩ ଜଣ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସ ହତ୍ୟା ମାମଲାରେ... The post ରବି ଦାସ ହତ୍ୟା ମାମଲାରେ ୩ ଜଣ ଗିରଫ appeared first on .

ରବି ଦାସ ହତ୍ୟା ମାମଲାରେ ୩ ଜଣ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦାସ ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଖଲ୍ଲିକୋଟ ପୋଲିସ୍ । ଗିରଫ ତିନି ହେଲେ ରବି ଦାସର ପୁତୁରା ନିଲାଞ୍ଚଲ ଦାସ, ଶ୍ରୀନିବାସ ଦାସ, ସଞ୍ଜୟ ଦାସ। ଗତ ଦଶ ବର୍ଷ ଧରି ବେଆଇନ୍ ମଦ ବ୍ୟବସାୟ ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ୟବସାୟକୁ ନେଇ ଶତ୍ରୁତା ସୃଷ୍ଠି ହୋଇଥିଲା। ପୂର୍ବରୁ ରବି ଦାସ ନିଜର ଦୁଇ ପୁତୁରାଙ୍କ ଉପରେ ବୋମା ମାଡ କରିଥିଲେ। ଯାହାର ପାଲଟା ଜବାବ ନିଜ ପୁତୁରା ମାନେ ମାନେ ଗତ ୫ ତାରିଖ ସକାଳୁ ରବିଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରି ଫେରାର ହୋଇଯାଇଥିଲେ। ରବିଙ୍କ ସ୍ତ୍ରୀ ମୀନତିଙ୍କ ଏତଲା ପରେ ପୋଲିସ ତଦନ୍ତ କରି ଗତ କାଲି ଛତ୍ରପୁର ଅଞ୍ଚଳରୁ ଅଞ୍ଚରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଫରଓ୍ବାର୍ଡ କରିଛି। ସେମାନଙ୍କ ଠାରୁ ଦୁଇ ଟି ଖଣ୍ଡା, 3ଟି ମୋବାଇଲ, ଗୋଟିଏ ବୁଲେଟ ଜବତ୍ କରିଛି ପୋଲିସ । ଏଇ ଘଟଣା ରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସାମ୍ୱାଦିକ ସମ୍ମିଲନି ରେ ସୂଚନା ଦେଇଛନ୍ତି ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେ଼ଇ।

The post ରବି ଦାସ ହତ୍ୟା ମାମଲାରେ ୩ ଜଣ ଗିରଫ appeared first on .