ରବିବାର ହୋଇଥିଲେ ବି ୩୧ରେ ଖୋଲାରହିବ ବ୍ୟାଙ୍କ
ଭୁବନେଶ୍ୱର,୨୧।୩ (ଅନୁରାଧା ମହାରଣା): ମାର୍ଚ୍ଚ ୩୧ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନିଷ୍ପତ୍ତି ନେଇଛି। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏନେଇ ଆର୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଘଟୁଥିବା କାରବାର ସେହି ବର୍ଷରେ ପଞ୍ଜୀକୃତ ହେବା ଉଚିତ। ତେଣୁ କାର୍ଯ୍ୟ କରିବାକୁ ସମସ୍ତ ବ୍ୟାଙ୍କକୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି। ମାର୍ଚ୍ଚ […] The post ରବିବାର ହୋଇଥିଲେ ବି ୩୧ରେ ଖୋଲାରହିବ ବ୍ୟାଙ୍କ appeared first on Dharitri Odia News.
ଭୁବନେଶ୍ୱର,୨୧।୩ (ଅନୁରାଧା ମହାରଣା): ମାର୍ଚ୍ଚ ୩୧ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନିଷ୍ପତ୍ତି ନେଇଛି। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଏକ୍ସ’ରେ ଏନେଇ ଆର୍ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଘଟୁଥିବା କାରବାର ସେହି ବର୍ଷରେ ପଞ୍ଜୀକୃତ ହେବା ଉଚିତ। ତେଣୁ କାର୍ଯ୍ୟ କରିବାକୁ ସମସ୍ତ ବ୍ୟାଙ୍କକୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି। ମାର୍ଚ୍ଚ ୩୧ ରବିବାରରେ ସମସ୍ତ ବ୍ୟାଙ୍କ ନିୟମିତ ସମୟ ଅନୁଯାୟୀ ଖୋଲିବ ଏବଂ ବନ୍ଦ ହେବ । ଶନିବାର ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରହିବ। ଏହାସହ ଏନ୍ଇଏଫ୍ଟି ଏବଂ ଆର୍ଟିଜିଏସ୍ କାରବାର ମଧ୍ୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହା ବ୍ୟତୀତ ସରକାରୀ ଚେକ୍ କ୍ଲିୟର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ। ତେବେ ଶେୟାର ବଜାର ବନ୍ଦ ରହିବ। ଏହା ପୂର୍ବରୁ ଆୟକର ବିଭାଗ ଏହାର ସମସ୍ତ କାର୍ଯ୍ୟାଳୟ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା। ଗୁଡ୍ ଫ୍ରାଇଡେ ସମେତ ବିଭାଗ ଶନିବାର ଏବଂ ରବିବାରର ଛୁଟି ମଧ୍ୟ ବାତିଲ କରିଦେଇଛି। ୨୯ ମାର୍ଚ୍ଚରେ ଗୁଡ୍ ଫ୍ରାଇଡେ, ୩୦ ମାର୍ଚ୍ଚ ଶନିବାର ଏବଂ ୩୧ ମାର୍ଚ୍ଚରେ ରବିବାର ପଡ଼ୁଥିବାରୁ ୩ଦିନର ଏକ ଦୀର୍ଘ ଛୁଟି ଥିଲା। ଏହି କାରଣରୁ ବିଭାଗର ଅନେକ କାର୍ଯ୍ୟ ଆର୍ଥିକ ବର୍ଷ ଶେଷରେ ଅଟକିଯିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଛୁଟି ବାତିଲ କରାଯାଇଛି।
The post ରବିବାର ହୋଇଥିଲେ ବି ୩୧ରେ ଖୋଲାରହିବ ବ୍ୟାଙ୍କ appeared first on Dharitri Odia News.