ରଶ୍ମିକାଙ୍କୁ ଡେଟ୍ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ
ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଅନେକ ଆଲୋଚନା ଚାଲିଥିବା ସଙ୍ଗେ ସଙ୍ଗେ ବିଭିନ୍ନ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଗୁରୁବାର ଏକ ସାକ୍ଷାତ୍କାରରେ ବିଜୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲ ‘କର୍ଲି ଟେଲ୍ସ’ ସହ ଆଲୋଚନା ସମୟରେ ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନ ସହ ପ୍ରେମ ଏବଂ ବିବାହ […] The post ରଶ୍ମିକାଙ୍କୁ ଡେଟ୍ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ appeared first on Dharitri Odia News.
ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଅନେକ ଆଲୋଚନା ଚାଲିଥିବା ସଙ୍ଗେ ସଙ୍ଗେ ବିଭିନ୍ନ ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା। ଗୁରୁବାର ଏକ ସାକ୍ଷାତ୍କାରରେ ବିଜୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲ ‘କର୍ଲି ଟେଲ୍ସ’ ସହ ଆଲୋଚନା ସମୟରେ ବିଜୟ ତାଙ୍କ ବ୍ୟକ୍ତିଗତ ଜୀବନ ସହ ପ୍ରେମ ଏବଂ ବିବାହ ପରି ପ୍ରସଙ୍ଗକୁ ନେଇ ନିଜର ମତାମତ ରଖିଛନ୍ତି। ଏହି ସାକ୍ଷାତ୍କାରରେ କୌଣସି ପ୍ରେମ ସମ୍ପର୍କରେ ଅଛନ୍ତି କି ନାହିଁ ବୋଲି ବିଜୟଙ୍କୁ ପଚରାଯାଇଥିଲା। ସେ କହିଥିଲେ, ”ମୋର ବୟସ ଏବେ ୩୫। ଆପଣଙ୍କୁ ଲାଗୁଛି ମୁଁ ଏପର୍ଯ୍ୟନ୍ତ ସିଙ୍ଗଲ ଥିବି।“ ଯେତେବେଳେ ବିଜୟଙ୍କୁ ରଶ୍ମିକାଙ୍କ ସହ ତାଙ୍କର ଡେଟିଂକୁ ନେଇ ପ୍ରକାଶ ପାଇଥିବା ବିଭିନ୍ନ ରିପୋର୍ଟ ବିଷୟରେ ପଚରା ଯାଇଥିଲା ସେ କହିଥିଲେ, ” ହଁ, ଏହା ସତ୍ୟ। ବିଭିନ୍ନ ଫିଲ୍ମରେ ମୋର ସାଥୀ ନାୟିକା ସାଜିଥିବା ଜଣେ ଅଭିନେତ୍ରୀଙ୍କୁ ମୁଁ କିଛି ବର୍ଷ ଧରି ଡେଟ୍ କରି ଆସୁଛି।“ ଯଦିଓ ଏହି ସାକ୍ଷାତ୍କାରରେ ବିଜୟ ସ୍ପଷ୍ଟ ଭାବେ କାହାର ନଁା ନେଇ ନ ଥିଲେ, ତଥାପି ପରୋକ୍ଷରେ ସେ ରଶ୍ମିକାଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ଉଭୟେ ରଶ୍ମିକା ଓ ବିଜୟ ‘ଗୀତ ଗୋବିନ୍ଦମ’, ‘ଡିଅର କମ୍ରେଡ’ ପରି ଅନେକ ହିଟ୍ ଚଳଚ୍ଚିତ୍ରରେ ଏକାଠି ନଜରକୁ ଆସିଛନ୍ତି। ଏହି ଚଳଚ୍ଚିତ୍ରଗୁଡ଼ିକରେ ସେମାନଙ୍କର ଅନ୍ ସ୍କ୍ରିନ୍ କେମେଷ୍ଟ୍ରି ଓ ରୋମାନ୍ସକୁ ଉଭୟଙ୍କ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ। ତେବେ କେବଳ ଅନ୍ସ୍କ୍ରିନ୍ରେ ନୁହେଁ, ବିଭିନ୍ନ ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ଉଭୟ ବିଜୟ ଏବଂ ରଶ୍ମିକାଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି। ଏହାର ଅନେକ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଫଳରେ ଏହି ହିଟ୍ ଯୋଡ଼ି ପରସ୍ପର ସହ ରିଲେଶନ୍ଶିପ୍ରେ ଥିବା ନେଇ ଉଭୟଙ୍କର ଅନେକ ପ୍ରଶଂସକ ଅନୁମାନ କରୁଥିଲେ।
ଏହି ସାକ୍ଷାତ୍କାରରେ ପ୍ରେମ ଉପରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନାକରି ବିଜୟ କହିଛନ୍ତି, ଭଲପାଇବାର ଅନୁଭୂତି କ’ଣ ସେ ଜାଣିଛନ୍ତି। ସର୍ତ୍ତମୂଳକ ପ୍ରେମକୁ ସେ ପସନ୍ଦ କରନ୍ତି, ଯେଉଁଥିରେ ୨ ପ୍ରେମୀ ଯୁଗଳ ପରସ୍ପରକୁ ସମ୍ମାନ ଦେବା ସହ ପରସ୍ପରର ପ୍ରାଥମିକତାକୁ ଗ୍ରହଣ କରନ୍ତି। ସେହିପରି ଚଳଚ୍ଚିତ୍ର ଶିଳ୍ପରେ ବିବାହ କରିବା ପରେ ଅନେକଙ୍କ କ୍ୟାରିୟର ବିଶେଷ ଭାବେ ପ୍ରଭାବିତ ହୋଇଥାଏ। ବିଶେଷକରି ଅଭିନେତ୍ରୀମାନଙ୍କୁ ବିବାହ ପରେ ନିଜ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବା ସହ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ ବୋଲି ବିଜୟ କହିଛନ୍ତି।
The post ରଶ୍ମିକାଙ୍କୁ ଡେଟ୍ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ appeared first on Dharitri Odia News.