ରହସ୍ୟମୟ ଗର୍ଭବତୀ କୂଅ
ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ ଅନୁଭବ କରିଥାନ୍ତି। ତେବେ ବେଳେବେଳେ ମହିଳାମାନେ ବିଭିନ୍ନ କାରଣରୁ ଗର୍ଭବତୀ ହେବାକୁ ସକ୍ଷମ ହୋଇ ନ ଥାନ୍ତି। ବିଶେଷକରି ସାମ୍ପ୍ରତିକ ଜୀବନଶୈଳୀ ହେତୁ ବିଶ୍ୱବ୍ୟାପୀ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସମସ୍ୟା ଯୋଗୁ ମହିଳାମାନେ ସାଧାରଣତଃ ଉଦାସ ହୋଇ ବହୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଭଗବାନଙ୍କର ପୂଜାର୍ଚ୍ଚନା […] The post ରହସ୍ୟମୟ ଗର୍ଭବତୀ କୂଅ appeared first on Dharitri Odia News.
ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ ଅନୁଭବ କରିଥାନ୍ତି। ତେବେ ବେଳେବେଳେ ମହିଳାମାନେ ବିଭିନ୍ନ କାରଣରୁ ଗର୍ଭବତୀ ହେବାକୁ ସକ୍ଷମ ହୋଇ ନ ଥାନ୍ତି। ବିଶେଷକରି ସାମ୍ପ୍ରତିକ ଜୀବନଶୈଳୀ ହେତୁ ବିଶ୍ୱବ୍ୟାପୀ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି।
ସମସ୍ୟା ଯୋଗୁ ମହିଳାମାନେ ସାଧାରଣତଃ ଉଦାସ ହୋଇ ବହୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଭଗବାନଙ୍କର ପୂଜାର୍ଚ୍ଚନା କରିଥାନ୍ତି। ତେବେ ସମ୍ପ୍ରତି ଚାଇନାର ୟୁନାନ୍ ଅଞ୍ଚଳରେ ଅବସ୍ଥିତ ଏକ କୂଅକୁ ନେଇ ବହୁ ଆଲୋଚନା ହେଉଛି। ଏହି କୂଅଟି ପ୍ରେଗ୍ନାନ୍ସି ୱେଲ୍ ବା ଗର୍ଭବତୀ କୂଅ ଭାବରେ ଜଣାଶୁଣା। କୁହାଯାଏ, ଏହି କୂଅର ପାଣି ପିଇବା ପରେ ମହିଳାମାନେ ଗର୍ଭବତୀ ହୋଇଥାନ୍ତି। ଚାଇନାର ଏହି ଗର୍ଭବତୀ କୂଅ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଉକ୍ତ ସ୍ଥାନରେ ୨ଟି କୂଅ ରହିଛି। ସେଥିମଧ୍ୟରୁ ଗୋଟିଏର ପାଣି ପିଇଲେ ପୁଅ ଏବଂ ଅନ୍ୟଟିର ପାଣି ପିଇଲେ ଝିଅ ଜନ୍ମ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯଦି କୌଣସି ମହିଳା ଉଭୟ କୂଅରୁ ଏକସଙ୍ଗେ ପାଣି ପିଅନ୍ତି, ତେବେ ତାଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ। ବିଶ୍ୱର ଅନେକ ଦେଶରୁ ମହିଳାମାନେ ସନ୍ତାନପ୍ରାପ୍ତି ନିମନ୍ତେ ଏହି ସ୍ଥାନକୁ ଆସି ଉକ୍ତ ରହସ୍ୟମୟ କୂଅର ପାଣି ପିଇଥାନ୍ତି।
ଏହି କୂଅ ପାଣି ପିଇଲେ ମହିଳାମାନେ ଗର୍ଭବତୀ ହେବା କୌଣସି ଚମତ୍କାର ଘଟଣା ନୁହେଁ ବରଂ ଏହା ପଛରେ ବିଜ୍ଞାନ ଲୁଚି ରହିଛି ବୋଲି କେତେଜଣ ସ୍ଥାନୀୟ ବୈଜ୍ଞାନିକ କହିଛନ୍ତି। ଏହି ରହସ୍ୟମୟ କୂଅର ପାଣିରେ କିଛି ଉପାଦାନ ରହିଛି, ଯାହା ମହିଳାଙ୍କ ଶରୀରର ହରମୋନ୍ ନିୟନ୍ତ୍ରଣ କରିଥାଏ। ଗର୍ଭବତୀ ହେବା ପାଇଁ ମହିଳାଙ୍କ ଶରୀରରେ ହରମୋନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯଦି ଜଣେ ମହିଳା ଖୁସିରେ ରହିବା ସହ ଚାପଗ୍ରସ୍ତ ନ ଥାନ୍ତି ତେବେ ଏହି ପାଣି ପିଇବା ପରେ ଗର୍ଭବତୀ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ତର୍କ ଅନୁଯାୟୀ, ଉକ୍ତ କୁଅର ଜଳ ମହିଳାମାନଙ୍କୁ ଗର୍ଭବତୀ କରାଇବାରେ ସାହାଯ୍ୟ କରିଥାଏ। ଅଦ୍ୟାବଧି ଅନେକ ମହିଳା ଏହି କୂଅ ପାଣି ପିଇ ସନ୍ତାନପ୍ରାପ୍ତିର ସୌଭାଗ୍ୟ ଲାଭ କରିପାରିଛନ୍ତି।
The post ରହସ୍ୟମୟ ଗର୍ଭବତୀ କୂଅ appeared first on Dharitri Odia News.