ରାଇକିଆରେ ଚାଲିଛି ମତଦାନ
ରାଇକିଆ,୨୦ା୫(ପ୍ରଦୀପ ବେହେରା): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ସକାଳୁ ଶାନ୍ତିଶୃଙ୍ଖଳା ସହ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ଯୁବ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଇଭିଏମ୍ ତ୍ରୁଟି ଯୋଗୁ ବିଳମ୍ବରେ କେତେକ ବୁଥ୍ରେ ମତଦାନ ଆରମ୍ଭ ହୋଇଥିଲା। ସେହିପରି ସକାଳୁ ବିଦ୍ୟୁତ୍ ବିଭ୍ରାଟ ଯୋଗୁ ମଧ୍ୟ ମତଦାନ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଭୋଟର। ପୋଲିଂ ବୁଥ୍ରେ ଭୋଟରଙ୍କ ଲମ୍ବାଧାଡ଼ି ଲାଗି ରହିଛି। ଅନ୍ୟପକ୍ଷରେ ବ୍ଲକରେ ବିଭିନ୍ନ […] The post ରାଇକିଆରେ ଚାଲିଛି ମତଦାନ appeared first on Dharitri Odia News.
ରାଇକିଆ,୨୦ା୫(ପ୍ରଦୀପ ବେହେରା): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ସକାଳୁ ଶାନ୍ତିଶୃଙ୍ଖଳା ସହ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ଯୁବ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଇଭିଏମ୍ ତ୍ରୁଟି ଯୋଗୁ ବିଳମ୍ବରେ କେତେକ ବୁଥ୍ରେ ମତଦାନ ଆରମ୍ଭ ହୋଇଥିଲା। ସେହିପରି ସକାଳୁ ବିଦ୍ୟୁତ୍ ବିଭ୍ରାଟ ଯୋଗୁ ମଧ୍ୟ ମତଦାନ ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଭୋଟର। ପୋଲିଂ ବୁଥ୍ରେ ଭୋଟରଙ୍କ ଲମ୍ବାଧାଡ଼ି ଲାଗି ରହିଛି। ଅନ୍ୟପକ୍ଷରେ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ୫୫ଟି ବୁଥ୍ ମଧ୍ୟରୁ ସାତଟି ସଖୀ ବୁଥ୍ ମଧ୍ୟ ଆକର୍ଷଣ ସାଜିଛି। ବୁଥଗୁଡ଼ିକ ସମ୍ପୂର୍ଣ୍ଣ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ସମ୍ବେଦନଶୀଳ ବୁଥ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
The post ରାଇକିଆରେ ଚାଲିଛି ମତଦାନ appeared first on Dharitri Odia News.