ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ,୮ ଗୁରୁତର
ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ । ବିଷାକ୍ତ ଗ୍ୟାସ ଲିକ ହୋଇ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି I ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରୁ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି I ଆହତମାନଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଆର ଏସ ପିର ବରିଷ୍ଠ ମ୍ୟାନେଜର, ଦୁଇ ଜଣ […]

ରାଉରକେଲା : ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ । ବିଷାକ୍ତ ଗ୍ୟାସ ଲିକ ହୋଇ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି I ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରୁ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି I ଆହତମାନଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୮ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।
ଆହତଙ୍କ ମଧ୍ୟରେ ଜଣେ ଆର ଏସ ପିର ବରିଷ୍ଠ ମ୍ୟାନେଜର, ଦୁଇ ଜଣ କର୍ମଚାରୀ ଓ ୫ ଜଣ ଠିକା ଶ୍ରମିକ ଥିବା ଜଣାଯାଇଛି। ଜଣେ ମହିଳା ଶ୍ରମିକ ପ୍ରାଥମିକ ଚିକିତ୍ସାପରେ ଘରକୁ ଫେରିଯାଇଛନ୍ତି।