ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ । ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ରାଉରକେଲାର ବିଭିନ୍ନ ସ୍ଥାନରେ ପୋଲିସ... The post ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ appeared first on .

ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ । ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ରାଉରକେଲାର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଗତକାଲି ରାତିରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ରାଉରକେଲା ସହରର STI ଛକ,  ଜେଲ ରୋଡ, ଲେବର ଟୁର୍ଣ୍ଣାମେଣ୍ଟ, ପାନପୋଷ ବସ୍ତି, ଛେଣ୍ଡ କଲୋନୀ, ଶୁକ୍ରବାର ମାର୍କେଟ, BSNL ଛକ, ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏହାସହ ସହରର ଚିନ୍ମୟ ସ୍କୁଲ ଛକ VSS ମାର୍କେଟ, ଦାଣ୍ଡିଆପାଲ୍ଲି, ବେଦବ୍ୟାସ, ସିଂହଟୋଲା, ଚିକଟମାଟି ଅଞ୍ଚଳରେ ମଧ୍ୟ ପୋଲିସ ପକ୍ଷରୁ  ଫ୍ଲାଗ ମାର୍ଚ୍ଚ କରାଯାଇଛି। ଏହାସହ ରାଉରକେଲା ସହରରେ ଚୋରା ମଦ କାରବାର ରୋକିବା ପାଇଁ ବିଭିନ୍ନ ଥାନା ପୋଲିସ ପକ୍ଷରୁ ଚଢ଼ାଉକୁ ଜୋରଦାର କରାଯାଇଛି। ଚଢାଉ ସମୟରେ ଵିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜଵତ କରାଯାଇଛି।

The post ରାଉରକେଲା ସହରରେ ଫ୍ଲାଗ ମାର୍ଚ୍ଚ appeared first on .