ରାଉରକେଲାରେ ଆଉ ୫ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ
ରାଉରକେଲା:ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮ ରେ ପହଁଚିଛି I ଆଜି ଆଉ ୫ ଜଣକର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ଗୁରୁବାରଦିନ ଠାରୁ ଏହି ପରିସ୍ଥିତି ଦେଖାଦେଇଛିI ମାତ୍ର ୨ ଦିନ ଭିତରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି I ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି,୧୮ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ରିସିଭ୍ ଡେଥ୍ ଘୋଷଣା କରାଯାଇଛି। ସେମାନଙ୍କ ପୋଷ୍ଟମର୍ଟମ ସରିଛି। ଆଜି ସଂଧ୍ୟାରେ […]

ରାଉରକେଲା:ରାଉରକେଲାରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ୧୮ ରେ ପହଁଚିଛି I ଆଜି ଆଉ ୫ ଜଣକର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I ଗୁରୁବାରଦିନ ଠାରୁ ଏହି ପରିସ୍ଥିତି ଦେଖାଦେଇଛିI ମାତ୍ର ୨ ଦିନ ଭିତରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି I
ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି,୧୮ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ରିସିଭ୍ ଡେଥ୍ ଘୋଷଣା କରାଯାଇଛି। ସେମାନଙ୍କ ପୋଷ୍ଟମର୍ଟମ ସରିଛି। ଆଜି ସଂଧ୍ୟାରେ ବ୍ୟବଚ୍ଛେଦ ରିପୋର୍ଟ ଆସିବ। ବାକି ୧୦ ଜଣଙ୍କ ମଧ୍ୟରୁ ସରକାରୀ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି I
ପଶ୍ଚିମ ଓଡ଼ିଶାରେ କିଛି ଦିନ ହେଲା ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଏହି କାରଣରୁ ଅଂଶୁଘାତ ପରିସ୍ଥିତି ଦେଖାଯାଇଛି। କିଛିଦିନ ଧରି ଲଗାତାର ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରୁ ମୃତ୍ୟୁ ଖବର ଆସୁଛି।
ସେପଟେ ଅସ୍ୱାଭାବିକ ମୃତ୍ୟୁ ଘଟଣାରେ ତଦନ୍ତ କରିବାପାଇଁ ରାଉରକେଲାରେ ପହଞ୍ଚିଲା ସ୍ଵତନ୍ତ୍ର ମେଡିକାଲ୍ ଟିମ୍। ସରକାରୀ ହସ୍ପିଟାଲରେ ପହଞ୍ଚିଛନ୍ତି ୩ ଜଣିଆ ଡାକ୍ତରୀ ଟିମ୍। ଅସ୍ଵାଭାବିକ ମୃତ୍ୟୁକୁ ନେଇ ୩ଜଣିଆ ଟିମ୍ ତଦନ୍ତ କରିବ।