ରାଉରକେଲାରେ ଲଜ୍ଜାଜନକ ଘଟଣା: ନାବାଳିକା ଭଉଣୀକୁ ଗର୍ଭବତୀ କଲେ ନାବାଳକ ଭାଇ
ରାଉରକେଲା,୩।୧୧: ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ରାଉରକେଲା ସହରରେ ଜଣେ ନାବାଳକ ନିଜର ସାନ ଭଉଣୀକୁ ବଳାତ୍କାର କରିଥିବା ଅଭିଯୋଗ ହେଉଛି। ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଅଭିଯୁକ୍ତଙ୍କ ମା’ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ। ସୂଚନା ଅନୁସାରେ, ଦିନ ମଜୁରିଆ ଭାବେ କାମ କରୁଥିବା ମା’, ବାପା ଘରେ ନ ଥିବା ବେଳେ ନାବାଳକ(୧୬) ସାନ ଭଉଣୀ(୧୩) କୁ ବଳାତ୍କାର କରିଥିଲେ। ୬ ମାସ ତଳେ ଏହି ଘଟଣା ଘଟିଥିବା ବେଳେ କାହା ଆଗରେ […] The post ରାଉରକେଲାରେ ଲଜ୍ଜାଜନକ ଘଟଣା: ନାବାଳିକା ଭଉଣୀକୁ ଗର୍ଭବତୀ କଲେ ନାବାଳକ ଭାଇ appeared first on Dharitri Odia News.
ରାଉରକେଲା,୩।୧୧: ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ରାଉରକେଲା ସହରରେ ଜଣେ ନାବାଳକ ନିଜର ସାନ ଭଉଣୀକୁ ବଳାତ୍କାର କରିଥିବା ଅଭିଯୋଗ ହେଉଛି। ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଅଭିଯୁକ୍ତଙ୍କ ମା’ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ।
ସୂଚନା ଅନୁସାରେ, ଦିନ ମଜୁରିଆ ଭାବେ କାମ କରୁଥିବା ମା’, ବାପା ଘରେ ନ ଥିବା ବେଳେ ନାବାଳକ(୧୬) ସାନ ଭଉଣୀ(୧୩) କୁ ବଳାତ୍କାର କରିଥିଲେ। ୬ ମାସ ତଳେ ଏହି ଘଟଣା ଘଟିଥିବା ବେଳେ କାହା ଆଗରେ ଏହାକୁ ପ୍ରକାଶ ନ କରିବାକୁ ସେ ସାନ ଭଉଣୀକୁ ଧମକ ଦେଇଥିଲେ।
ତେବେ ନିକଟରେ ନାବାଳିକା ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ମା’ ତାଙ୍କୁ ନେଇ ରାଉରକେଲା ସରକାରୀ ମେଡିକାଲରେ ଦେଖାଇଥିଲେ। ସେଠାରେ ପରୀକ୍ଷା କରିବା ପରେ ସେ ୬ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ। ଏହାପରେ ନାବାଳିକା ପ୍ରକୃତ ଘଟଣା ଉପରୁ ପରଦା ହଟାଇଥିଲେ।
ନାବାଳିକା ମା’ ଙ୍କର ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ରାଉରକେଲାରେ ଲଜ୍ଜାଜନକ ଘଟଣା: ନାବାଳିକା ଭଉଣୀକୁ ଗର୍ଭବତୀ କଲେ ନାବାଳକ ଭାଇ appeared first on Dharitri Odia News.