ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷସ ସାଜିଲା ଭାଇ, ସୁରକ୍ଷା ଦେବ କଣ ନେଇଗଲା ଭଉଣୀ ଜୀବନ
ଗଞ୍ଜାମ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣୀମା । ଭାଇ ଭଉଣୀଙ୍କ ପାଇଁ ଦିନଟିଏ । ଆଜି ସାରା ଦିନ ଭାଇ ଭଉଣୀଙ୍କ ସ୍ନେହର ବନ୍ଧନ କଥା ହିଁ ଚର୍ଚ୍ଚାରେ । ଭାଇ ମଥାରେ ଚନ୍ଦନ ସିନ୍ଦୂର ଲଗାଇ ତାକୁ ବନ୍ଦାଇ ରାକ୍ଷୀ ପିନ୍ଧାଉଛି ଭଉଣୀ । ସୁରକ୍ଷାର ପ୍ରତିଶ୍ରୁତି ନେଉଛି । ଏହି ସ୍ନେହ, ଶ୍ରଦ୍ଧା ଓ ପରମ୍ପରାର ବନ୍ଧନକୁ ଦେଖଇଲେ ଆଖିରେ ଆସି ଯାଉଛି ଖୁସିର ଲୁହ । ହେଲେ ଏଭଳି ଏକ ଦିନରେ […] The post ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷସ ସାଜିଲା ଭାଇ, ସୁରକ୍ଷା ଦେବ କଣ ନେଇଗଲା ଭଉଣୀ ଜୀବନ appeared first on KNews Odisha.

ଗଞ୍ଜାମ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣୀମା । ଭାଇ ଭଉଣୀଙ୍କ ପାଇଁ ଦିନଟିଏ । ଆଜି ସାରା ଦିନ ଭାଇ ଭଉଣୀଙ୍କ ସ୍ନେହର ବନ୍ଧନ କଥା ହିଁ ଚର୍ଚ୍ଚାରେ । ଭାଇ ମଥାରେ ଚନ୍ଦନ ସିନ୍ଦୂର ଲଗାଇ ତାକୁ ବନ୍ଦାଇ ରାକ୍ଷୀ ପିନ୍ଧାଉଛି ଭଉଣୀ । ସୁରକ୍ଷାର ପ୍ରତିଶ୍ରୁତି ନେଉଛି । ଏହି ସ୍ନେହ, ଶ୍ରଦ୍ଧା ଓ ପରମ୍ପରାର ବନ୍ଧନକୁ ଦେଖଇଲେ ଆଖିରେ ଆସି ଯାଉଛି ଖୁସିର ଲୁହ । ହେଲେ ଏଭଳି ଏକ ଦିନରେ ଖୁସିର ଲୁହ ଜାଗାରେ ବହିଛି ଭଉଣୀର ଲହୁ । ଜଣେ ଭାଇ ରାକ୍ଷସ ପାଲଟି ଜୀବନ ନେଇ ଯାଇଛି ଭଉଣୀର । ରକ୍ତରେ ଭିଜିଗଲା ରାକ୍ଷୀ । ଯେଉଁ ବିଶ୍ୱାସ ଭରସା ନେଇ ଭଉଣୀଟି ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଆଜି ସେହି ବିଶ୍ୱାସ ଭାଙ୍ଗି ଯାଇଛି । ପ୍ରତି ବଦଳରେ ଭଉଣୀକୁ ମିଳିଛି ଧୋକା । ଜୀବନ ସାରା ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ସାନ ଭାଉଣୀର ଜୀବନ ନେଇଛି ରାକ୍ଷସ ଭାଇ । ଏପରି ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅଞ୍ଚଳରେ ।
ଭଉଣୀ ପ୍ରଯୋକ୍ତା ପାଣିଗ୍ରାହୀ ସବୁଦିନ ପାଇଁ ଶୋଇ ଯାଇଛି ହସପିଟାଲ ଷ୍ଟ୍ରେଚରରେ । ଅନ୍ୟପଟେ ତାର ଭାଇ ଆୟୁଷ୍ମାନ ପାଣିଗ୍ରାହୀ ଗୁରୁତର ଆହତ। ପ୍ରଯୋକ୍ତାଙ୍କ ବୟସ ମାତ୍ର ୧୩ ବର୍ଷ । ବଡ଼ ବାପାଙ୍କ ଘରେ ଥିଲା ଶ୍ରାଦ୍ଧ ବାର୍ଷିକୀ । ବଡ଼ବଜାର ଥାନା ସପ୍ତମ ଗଳିରେ ରହୁଥିବା ନିଜ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଯାଇଥିଲେ ଭାଇ ଭଉଣୀ । ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ପ୍ରଯୋକ୍ତା, ଭାଇ ଆୟୁଷ୍ମାନ ଓ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ । ହଠାତ୍ ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଧାଇଁ ଯାଇଥିଲେ ।
ସେଠାରେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଚଟାଣରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିଲେ ପ୍ରଯୋକ୍ତା ଓ ଆୟୁଷ୍ମାନ । ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁରା ମାଡ଼ ହୋଇଥିଲା । କିନ୍ତୁ ସେଠାରେ ଉପସ୍ଥିତ ନଥିଲେ ସମ୍ପର୍କୀୟ ଆଶୁତୋଷ । ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ । କିନ୍ତୁ ବଡ଼ ଦୁଃଖର ବିଷୟ ଯେ ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ୍ । ସେପଟେ ଆୟୁଷ୍ମାନ୍ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସେପଟେ ଛୁରା ମାଡ଼ କରି ଫେରାର ହୋଇଯାଇଥିଲା । ଆଉ ତାପରେ ଖବର ଆସିଲା ବସ୍ ଧକ୍କାରେ ଗୁରୁତର ଆହତ ହୋଇଛି ଆଶୁତୋଷ। ହିଞ୍ଜିଳିକାଟୁ ପୋଚିଲିମା ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ସେ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କୁହାଯାଉଛି କି ଆଶୁତୋଷ ନିଜେ ବସ୍ ଆଗକୁ ଡେଇଁ ପଡ଼ିଥିଲା ବୋଲି । ଆଶୁତୋଷ ହେଉଛି ଏମ୍-ଫାର୍ମର ଛାତ୍ର ।
The post ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷସ ସାଜିଲା ଭାଇ, ସୁରକ୍ଷା ଦେବ କଣ ନେଇଗଲା ଭଉଣୀ ଜୀବନ appeared first on KNews Odisha.