ରାକ୍ଷୀରେ ଭଉଣୀକୁ ଛୁରାମାଡ଼ କଲା ଭାଇ
ବ୍ରହ୍ମପୁର: ରାକ୍ଷୀରେ ଭଉଣୀକୁ ମାରିଲା ଭାଇ। ଭଉଣୀକୁ ଛୁରା ମାଡ଼ କରିଛି ଭାଇ> ହତ୍ୟା କରିବା ପରେ ଫେରାର ମାରିଛି ଭାଇ। ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ହତ୍ଯାକାଣ୍ଡ। ମୃତକ ହେଲେ ୧୩ ବର୍ଷୀୟା ପ୍ରଜକ୍ତା ପାଣିଗ୍ରାହୀ। ନିମଖଣ୍ଡି ଲୋଚପଡା ଅଞ୍ଚଳରେ ତାଙ୍କର ଘର। ବଡ଼ବଜାର ଜଗନ୍ନାଥ ବିହାରରେ ସପ୍ତମ ଲେନରେ ଥିବା ବଡବାପା ଘରକୁ ଆସିଥିଲେ। ହଠାତ୍ କୌଣସି କାରଣକୁ ନେଇ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଭଉଣୀ ପ୍ରଜକ୍ତାକୁ ଛୁରାମାଡ଼ […]

ବ୍ରହ୍ମପୁର: ରାକ୍ଷୀରେ ଭଉଣୀକୁ ମାରିଲା ଭାଇ। ଭଉଣୀକୁ ଛୁରା ମାଡ଼ କରିଛି ଭାଇ> ହତ୍ୟା କରିବା ପରେ ଫେରାର ମାରିଛି ଭାଇ। ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ହତ୍ଯାକାଣ୍ଡ। ମୃତକ ହେଲେ ୧୩ ବର୍ଷୀୟା ପ୍ରଜକ୍ତା ପାଣିଗ୍ରାହୀ। ନିମଖଣ୍ଡି ଲୋଚପଡା ଅଞ୍ଚଳରେ ତାଙ୍କର ଘର। ବଡ଼ବଜାର ଜଗନ୍ନାଥ ବିହାରରେ ସପ୍ତମ ଲେନରେ ଥିବା ବଡବାପା ଘରକୁ ଆସିଥିଲେ। ହଠାତ୍ କୌଣସି କାରଣକୁ ନେଇ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଭଉଣୀ ପ୍ରଜକ୍ତାକୁ ଛୁରାମାଡ଼ କରିଥିଲେ। ପରେ ଆୟୁଷ୍ମାନ ପାଣିଗ୍ରାହୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲକୁ ଅଣାଯାଇଥିଲା। ସେଠାରେ ପ୍ରଜକ୍ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆୟୁଷ୍ମାନଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ବର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଛୁରାମାଡ କରି ଫେରାର ହେଉଥିବାବେଳେ ଅଭିଯୁକ୍ତ ଭାଇ ହିଞ୍ଜିଳିକାଟୁରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡିଛି।