ରାଖି ପୂର୍ଣ୍ଣିମାରେ ଭଉଣୀଙ୍କୁ ଦେବେ ସୁନା ଉପହାର, ଜାଣନ୍ତୁ ଭୁବନେଶ୍ୱରରେ ସୁନା ରେଟ୍ କେତେ
ଭୁବନେଶ୍ୱର,୧୮।୮: ରାତି ପାହିଲେ ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କୁ ରାଖି ବାନ୍ଧିବାକୁ ପ୍ରସ୍ତୁତ ହୋଇଗଲେଣି। ଏପଟେ ଭାଇମାନେ କିନ୍ତୁ ଟେନଶନରେ ଅଛନ୍ତି। ନିଜ ଗେହ୍ଲା ଭଉଣୀଙ୍କୁ କ’ଣ ଉପହାର ଦେବେ? ତେବେ ଆପଣ କ’ଣ ଭଉଣୀଙ୍କୁ ସୁନା ଜିନିଷ ଉପହାର ଦେବେ ବୋଲି ଭାବିଛନ୍ତି କି? ତା’ ହେଲେ ଜାଣି ନିଅନ୍ତୁ ରାଖି ପୂର୍ଣ୍ଣିମାରେ ସୁନା ରେଟ୍ କେତେ ରହୁଛି। ଅଗଷ୍ଟ ୧୮, ରବିବାର ଦେଶରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩ ହଜାର ରହିଛି […] The post ରାଖି ପୂର୍ଣ୍ଣିମାରେ ଭଉଣୀଙ୍କୁ ଦେବେ ସୁନା ଉପହାର, ଜାଣନ୍ତୁ ଭୁବନେଶ୍ୱରରେ ସୁନା ରେଟ୍ କେତେ appeared first on Dharitri Odia News.
ଭୁବନେଶ୍ୱର,୧୮।୮: ରାତି ପାହିଲେ ରାଖି ପୂର୍ଣ୍ଣିମା। ଭଉଣୀମାନେ ଭାଇଙ୍କୁ ରାଖି ବାନ୍ଧିବାକୁ ପ୍ରସ୍ତୁତ ହୋଇଗଲେଣି। ଏପଟେ ଭାଇମାନେ କିନ୍ତୁ ଟେନଶନରେ ଅଛନ୍ତି। ନିଜ ଗେହ୍ଲା ଭଉଣୀଙ୍କୁ କ’ଣ ଉପହାର ଦେବେ? ତେବେ ଆପଣ କ’ଣ ଭଉଣୀଙ୍କୁ ସୁନା ଜିନିଷ ଉପହାର ଦେବେ ବୋଲି ଭାବିଛନ୍ତି କି? ତା’ ହେଲେ ଜାଣି ନିଅନ୍ତୁ ରାଖି ପୂର୍ଣ୍ଣିମାରେ ସୁନା ରେଟ୍ କେତେ ରହୁଛି। ଅଗଷ୍ଟ ୧୮, ରବିବାର ଦେଶରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩ ହଜାର ରହିଛି । ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୯୨୦ ଟଙ୍କା । ରୂପା କିଲୋଗ୍ରାମ ପିଛା ୮୬ ହଜାର ଟଙ୍କାରେ ପହଞ୍ଚିଛି ।
ଆଜି ଭାରତରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୬୫,୬୫୦ ଟଙ୍କା । ଆଉ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧,୬୨୦ ଟଙ୍କା । ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ପ୍ରତି ସୁନା ଦର ୬୫,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦାମ ୭୧,୬୨୦ ଟଙ୍କା ହୋଇଛି ।
The post ରାଖି ପୂର୍ଣ୍ଣିମାରେ ଭଉଣୀଙ୍କୁ ଦେବେ ସୁନା ଉପହାର, ଜାଣନ୍ତୁ ଭୁବନେଶ୍ୱରରେ ସୁନା ରେଟ୍ କେତେ appeared first on Dharitri Odia News.