ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ

ମସ୍କୋ,୧୮।୧୨: ସମୟ ସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ କିଛି ମାସ ଧରି ରୁଷିଆର ୟୁକ୍ରେନ ଉପରେ ଆଣବିକ ଆକ୍ରମଣକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଏସବୁ ମଧ୍ୟରେ ରୁଷିଆର ଆଣବିକ କାର୍ଯ୍ୟକ୍ରମ ମୁଖ୍ୟ ଇଗୋର କିରିଲୋଭ୍‌ଙ୍କ ହତ୍ୟା ପରେ ଏହି ବିପଦ ଆହୁରି ବଢୁଥିବା ଜଣାପଡିଛି। ଯଦିଓ ପରମାଣୁ ଆକ୍ରମଣ ବିଷୟରେ ରୁଷିଆ କିଛି କହିନାହିଁ, ତଥାପି ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିପାରିବ […] The post ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ appeared first on Dharitri Odia News.

ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ

ମସ୍କୋ,୧୮।୧୨: ସମୟ ସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ କିଛି ମାସ ଧରି ରୁଷିଆର ୟୁକ୍ରେନ ଉପରେ ଆଣବିକ ଆକ୍ରମଣକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଏସବୁ ମଧ୍ୟରେ ରୁଷିଆର ଆଣବିକ କାର୍ଯ୍ୟକ୍ରମ ମୁଖ୍ୟ ଇଗୋର କିରିଲୋଭ୍‌ଙ୍କ ହତ୍ୟା ପରେ ଏହି ବିପଦ ଆହୁରି ବଢୁଥିବା ଜଣାପଡିଛି। ଯଦିଓ ପରମାଣୁ ଆକ୍ରମଣ ବିଷୟରେ ରୁଷିଆ କିଛି କହିନାହିଁ, ତଥାପି ରୁଷିଆ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିପାରିବ ବୋଲି ଆଲୋଚନା ହେଉଛି।
ମସ୍କୋରେ ହୋଇଥିବା ଆକ୍ରମଣ ପରେ ରୁଷିଆ ର ଆଣବିକ ଅସ୍ତ୍ର ବିଭାଗର ମୁଖ୍ୟ ଇଗୋର କିରିଲୋଭଙ୍କୁ ହତ୍ୟା କରାଯାଇଥିଲା। ୟୁକ୍ରେନ ଏଥିପାଇଁ ନଜକୁ ଦାୟୀ କରିଛି। ୟୁକ୍ରେନ ଉପରେ କ୍ରେମଲିନ ଆକ୍ରମଣ ପରଠାରୁ ରୁଷିଆର ଜଣେ ହାଇପ୍ରୋଫାଇଲ ଅଧିକାରୀଙ୍କ ହତ୍ୟା ମାମଲାରେ ଏହା ହେଉଛି ସବୁଠାରୁ ବଡ ମାମଲା।
ଦକ୍ଷିଣ-ପୂର୍ବ ମସ୍କୋର ଏକ ଆପାର୍ଟମେଣ୍ଟ ବିଲଡିଂ ନିକଟରେ ଯାଉଥିବା ସମୟରେ ଏକ ଇଲେକ୍ଟ୍ରିକ ସ୍କୁଟରରେ ଲୁଚି ରହିଥିବା ବିସ୍ଫୋରକ ଉପକରଣ ବିସ୍ଫୋରଣ ହେବାପରେ ଇଗୋର କିରିଲୋଭ ଏବଂ ତାଙ୍କ ସହାୟକଙ୍କର ମୃତ୍ୟୁ ଘଟିଥିଲା। ରୁଷିଆର ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଏକ ଆପାର୍ଟମେଣ୍ଟ ବିଲଡିଂ ବାହାରେ ଏହି ବିସ୍ଫୋରଣ ଘଟିଛି।
ଇଗୋରଙ୍କ ହତ୍ୟା ପରେ ରାଗରେ ନିଆଁବାଣ ହୋଇପଡିଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆର ସାମରିକ ଅଧିକାରୀଙ୍କ ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ସହ ପ୍ରତିଶୋଧ ନେବାକୁ ଏକ ଉଚ୍ଚ ସ୍ତରୀୟ ବୈଠକ ଆରମ୍ଭ ହୋଇଛି। ରୁଷିଆ ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବରିଷ୍ଠ ସୁରକ୍ଷା ଅଧିକାରୀ ଦିମିତ୍ରୀ ମେଡଭେଡେଭ କହିଛନ୍ତି, ବର୍ତ୍ତମାନ ୟୁକ୍ରେନର ସାମରିକ ତଥା ରାଜନୈତିକ ନେତୃତ୍ୱକୁ ଏଥିପାଇଁ ଦାୟୀ କରିବାକୁ ପଡିବ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଳ୍ପନାଜଳ୍ପନା କରାଯାଉଛି ଯେ, ରୁଷିଆ ଯେକୌଣସି ସମୟରେ ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରିପାରେ ବୋଲି କୁହାଯାଉଛି।

The post ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ appeared first on Dharitri Odia News.