ରାଗରେ ନିଆଁବାଣ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୮।୪:ଗୁଜରାଟ ଟାଇଟାନ୍ସକୁ ଆଇପିଏଲ୍‌ ୨୦୨୪ର ପଞ୍ଚମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଗୁଜୁରାଟକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାସ୍ତ କରିଛି। ଏହି ପରାଜୟ ପରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ରାଗରେ ନିଆଁବାଣ ହୋପଡିଛନ୍ତି। ଗିଲ କହିଛନ୍ତି, ଆମକୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ ମଧ୍ୟଭାଗରେ କ୍ରମାଗତ ଉଇକେଟ ପଡିଥିଲା। ଅନ୍ୟ ପଟେ ଆମର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଲକ୍ଷ୍ନୌକୁ ମାତ୍ର ୧୬୦ ରନ୍‌ରେ ସୀମିତ ରଖିଥିଲେ। କିନ୍ତୁ ଆମର ବ୍ୟାଟିଂ ଆମକୁ […] The post ରାଗରେ ନିଆଁବାଣ ହେଲେ ଶୁବମନ ଗିଲ appeared first on Dharitri Odia News.

ରାଗରେ ନିଆଁବାଣ ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୮।୪:ଗୁଜରାଟ ଟାଇଟାନ୍ସକୁ ଆଇପିଏଲ୍‌ ୨୦୨୪ର ପଞ୍ଚମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଗୁଜୁରାଟକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାସ୍ତ କରିଛି। ଏହି ପରାଜୟ ପରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ରାଗରେ ନିଆଁବାଣ ହୋପଡିଛନ୍ତି।
ଗିଲ କହିଛନ୍ତି, ଆମକୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ ମଧ୍ୟଭାଗରେ କ୍ରମାଗତ ଉଇକେଟ ପଡିଥିଲା। ଅନ୍ୟ ପଟେ ଆମର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଲକ୍ଷ୍ନୌକୁ ମାତ୍ର ୧୬୦ ରନ୍‌ରେ ସୀମିତ ରଖିଥିଲେ। କିନ୍ତୁ ଆମର ବ୍ୟାଟିଂ ଆମକୁ ନିରାଶା କରିଥିଲା।
ଦଳର ପରାଜୟର ଏକ କାରଣ ଭାବରେ ଗିଲ ଡେଭିଡ ମିଲରଙ୍କ ଅଭାବକୁ ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି, ଡେଭିଡ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଯିଏକି କିଛି ଓଭରରେ ମ୍ୟାଚର ଗତି ବଦଳାଇ ପାରିବେ। ଏହି ଲକ୍ଷ୍ୟ ହାସଲ କରିବା ଉଚିତ ଥିଲା ବୋଲି ଆମେ ଅନୁଭବ କରିଛୁ।

 

The post ରାଗରେ ନିଆଁବାଣ ହେଲେ ଶୁବମନ ଗିଲ appeared first on Dharitri Odia News.