ରାଗିଗଲେ ଅଙ୍କିତା
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ଟିଭି ଇଣ୍ଡଷ୍ଟ୍ରିରେ ସେ ବହୁ ସଫଳତା ହାସଲ କରିଛନ୍ତି। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ ଭିକି ଜୈନଙ୍କୁ ବିବାହ କରିଥିଲେ। ଭିକି ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଯୋଡ଼ି ଭାବେ ଧରାଯାଇଥାଏ। ବିଭିନ୍ନ ପ୍ରସଙ୍ଗରେ ଉଭୟେ ଏକାଠି ନଜର ଆସିଥାନ୍ତି। ଭିକିଙ୍କ ଜନ୍ମଦିନ ପାର୍ଟିରେ ଏହି ଦମ୍ପତି ଏକ ବିଶେଷ ଆୟୋଜନ କରିଥିଲେ। ଉକ୍ତ ପାର୍ଟିରେ ଏହି ଦମ୍ପତି ସେମାନଙ୍କର ଅନେକ […] The post ରାଗିଗଲେ ଅଙ୍କିତା appeared first on Dharitri Odia News.
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ଟିଭି ଇଣ୍ଡଷ୍ଟ୍ରିରେ ସେ ବହୁ ସଫଳତା ହାସଲ କରିଛନ୍ତି। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ ଭିକି ଜୈନଙ୍କୁ ବିବାହ କରିଥିଲେ। ଭିକି ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଯୋଡ଼ି ଭାବେ ଧରାଯାଇଥାଏ। ବିଭିନ୍ନ ପ୍ରସଙ୍ଗରେ ଉଭୟେ ଏକାଠି ନଜର ଆସିଥାନ୍ତି। ଭିକିଙ୍କ ଜନ୍ମଦିନ ପାର୍ଟିରେ ଏହି ଦମ୍ପତି ଏକ ବିଶେଷ ଆୟୋଜନ କରିଥିଲେ। ଉକ୍ତ ପାର୍ଟିରେ ଏହି ଦମ୍ପତି ସେମାନଙ୍କର ଅନେକ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ। ଚଳଚ୍ଚିତ୍ର ନିର୍ମାତା ସନ୍ଦିପ ସିଂ ଭିକିଙ୍କ ଏହି ଜନ୍ମଦିନ ସେଲିବ୍ରେଶନ୍ରେ ଯୋଗ ଦେଇଥିଲେ। ଉକ୍ତ ପାର୍ଟିରେ ଅଙ୍କିତା ଗଣମାଧ୍ୟମ ସମ୍ମୁଖରେ ପୋଜ୍ ଦେଉଥିବାବେଳେ ସନ୍ଦିପ ମଜାରେ ତାଙ୍କ ପୋଷାକର କ୍ୟାପ୍କୁ ପଛରୁ ଟାଣି ଦେଇଥିଲେ। ମୁଣ୍ଡରୁ କ୍ୟାପ୍ ହଠାତ କାଢ଼ି ହୋଇଯିବା ପରେ ଅଙ୍କିତା କ୍ରୋଧିତ ହୋଇଯାଇଥିଲେ। ସେ ସଙ୍ଗେ ସଙ୍ଗେ ନିଜ ପୋଷାକର କ୍ୟାପ୍କୁ ପୁଣି ପିନ୍ଧି ଦେଇଥିଲେ। ସନ୍ଦିପଙ୍କ ଏପରି କାର୍ଯ୍ୟରେ ଅଙ୍କିତା ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ ଅଙ୍କିତାଙ୍କ ରାଗକୁ ଦେଖି ସ୍ବାମୀ ଭିକି ଓ ସନ୍ଦିପ ହସିବାକୁ ଲାଗିଥିଲେ। ସନ୍ଦିପ ମଜାରେ ଏପରି କରିଥିବା ନେଇ ଅଙ୍କିତାଙ୍କୁ ଭିକି ବୁଝାଇଥିଲେ। ଅଙ୍କିତାଙ୍କୁ ଶାନ୍ତ ହେବାକୁ ଉଭୟ ଭିକି ଓ ସନ୍ଦିପ ଅନୁରୋଧ କରିଥିଲେ। ପରେ ଅଙ୍କିତା ଶାନ୍ତ ହୋଇଥିଲେ ଏବଂ ଉଭୟ ଭିକି ଓ ସନ୍ଦିପଙ୍କ ସହ ମିଶି ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପୋଜ୍ ଦେଇଥିଲେ।
The post ରାଗିଗଲେ ଅଙ୍କିତା appeared first on Dharitri Odia News.