ରାଗିଲେ କୋହଲି, ଅମ୍ପାୟାରଙ୍କ ନିଷ୍ପତ୍ତିରେ ଭଡକିଲେ: ପିଟିଲେ ବ୍ୟାଟ୍ ଓ ଡଷ୍ଟବିନ୍କୁ ଫୋପାଡିଲେ ଗ୍ଲୋବସ୍
ମୁମ୍ୱାଇ ୨୨/୦୪: କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର (ଆରସିବି) ଭେଟେରାନ ବ୍ୟାଟର ବିରାଟ କୋହଲି ଯେଉଁଭଳି କ୍ୟାଚ୍ ଆଉଟ୍ ହୋଇଥିଲେ, ତାହାକୁ ନେଇ ବିବାଦ ଦେଖା ଦେଇଛି । କୋହଲି ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ରୋଧାନ୍ୱିତ ହୋଇଥିଲେ, ପଡ଼ିଆ ଛାଡ଼ିବା ପୂର୍ବରୁ ସେ ଫିଲ୍ଡ ଅମ୍ପାୟାରଙ୍କୁ ଗାଳି କରି ଯାଇଥିଲେ । ପ୍ରକୃତରେ ସେ ବଲଟି ‘ନୋ’ ବଲ ଥିଲା କି ନା ତାହା ଚର୍ଚ୍ଚାର ବିଷୟ । ଭିଡିଓ ରିଭ୍ୟୁରୁ ଯାହା ସ୍ପଷ୍ଟ ହୋଇଥିଲା, ସ୍ୱାଭାବିକ ଠାରୁ କୋହଲି ବ୍ୟାଟିଂ କ୍ରିଜ ବାହାରେ ଥିଲେ । ସେ ଭିତରେ ଥିଲେ ବଲଟି ତାଙ୍କ ଅଣ୍ଟା ଭାଗରୁ ସାମାନ୍ୟ ତଳ ଦେଇ ଯାଇଥାନ୍ତା । ତେଣୁ ଥାର୍ଡ ଅମ୍ପାୟାର ନୋ ବଲ ପରିବର୍ତ୍ତେ ତାଙ୍କୁ ଆଉଟ୍ ଘୋଷଣା କରିଥିଲେ । Virat Kohli absolutely furious with the umpires. pic.twitter.com/2KuSnxYnNv— Mufaddal Vohra (@mufaddal_vohra) April 21, 2024କହିବାକୁ ଗଲେ କୋଲକାତା ଇନିଂସ ୬/୨୨୨ରେ ଶେଷ ହେବା ପରେ ଆରସିବିର ଦୁଇ ଓପନର ବିରାଟ କୋହଲି ଓ ଫାଫ୍ ଡୁପ୍ଲେସି ଖେଳ ଆରମ୍ଭ କରିଥିଲେ । ଦଳ ୨ ଓଭରରେ ୨୭ ରନ୍ ସଂଗ୍ରହ କରିଥିଲା । କୋହଲି ୭ ବଲ୍ରୁ ଗୋଟିଏ ଚୌକା ଓ ୨ଟି ଛକା ମାରି ୧୮ ରନ୍ କରିଥାନ୍ତି । ତୃତୀୟ ଓଭର ବୋଲିଂ କରିଥିଲେ ହର୍ଷିତ ରାଣା । ପ୍ରଥମ ବଲରେ ସେ ଫୁଲ୍-ଟସ୍ ପକାଇଥିଲେ । କୋହଲି ଏହାକୁ ହର୍ଷିତଙ୍କୁ କ୍ୟାଚ୍ ଦେଇଥିଲେ
ମୁମ୍ୱାଇ ୨୨/୦୪: କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର (ଆରସିବି) ଭେଟେରାନ ବ୍ୟାଟର ବିରାଟ କୋହଲି ଯେଉଁଭଳି କ୍ୟାଚ୍ ଆଉଟ୍ ହୋଇଥିଲେ, ତାହାକୁ ନେଇ ବିବାଦ ଦେଖା ଦେଇଛି । କୋହଲି ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ରୋଧାନ୍ୱିତ ହୋଇଥିଲେ, ପଡ଼ିଆ ଛାଡ଼ିବା ପୂର୍ବରୁ ସେ ଫିଲ୍ଡ ଅମ୍ପାୟାରଙ୍କୁ ଗାଳି କରି ଯାଇଥିଲେ ।
ପ୍ରକୃତରେ ସେ ବଲଟି ‘ନୋ’ ବଲ ଥିଲା କି ନା ତାହା ଚର୍ଚ୍ଚାର ବିଷୟ । ଭିଡିଓ ରିଭ୍ୟୁରୁ ଯାହା ସ୍ପଷ୍ଟ ହୋଇଥିଲା, ସ୍ୱାଭାବିକ ଠାରୁ କୋହଲି ବ୍ୟାଟିଂ କ୍ରିଜ ବାହାରେ ଥିଲେ । ସେ ଭିତରେ ଥିଲେ ବଲଟି ତାଙ୍କ ଅଣ୍ଟା ଭାଗରୁ ସାମାନ୍ୟ ତଳ ଦେଇ ଯାଇଥାନ୍ତା । ତେଣୁ ଥାର୍ଡ ଅମ୍ପାୟାର ନୋ ବଲ ପରିବର୍ତ୍ତେ ତାଙ୍କୁ ଆଉଟ୍ ଘୋଷଣା କରିଥିଲେ ।
Virat Kohli absolutely furious with the umpires. pic.twitter.com/2KuSnxYnNv— Mufaddal Vohra (@mufaddal_vohra) April 21, 2024
କହିବାକୁ ଗଲେ କୋଲକାତା ଇନିଂସ ୬/୨୨୨ରେ ଶେଷ ହେବା ପରେ ଆରସିବିର ଦୁଇ ଓପନର ବିରାଟ କୋହଲି ଓ ଫାଫ୍ ଡୁପ୍ଲେସି ଖେଳ ଆରମ୍ଭ କରିଥିଲେ । ଦଳ ୨ ଓଭରରେ ୨୭ ରନ୍ ସଂଗ୍ରହ କରିଥିଲା । କୋହଲି ୭ ବଲ୍ରୁ ଗୋଟିଏ ଚୌକା ଓ ୨ଟି ଛକା ମାରି ୧୮ ରନ୍ କରିଥାନ୍ତି । ତୃତୀୟ ଓଭର ବୋଲିଂ କରିଥିଲେ ହର୍ଷିତ ରାଣା । ପ୍ରଥମ ବଲରେ ସେ ଫୁଲ୍-ଟସ୍ ପକାଇଥିଲେ ।
କୋହଲି ଏହାକୁ ହର୍ଷିତଙ୍କୁ କ୍ୟାଚ୍ ଦେଇଥିଲେ । କାରଣ କୋହଲି ଜାଣିଥିଲେ ଏହା ‘ନୋ’ ବଲ୍ । କିନ୍ତୁ କୋଲକାତା ଖେଳାଳି ସେଲିବ୍ରେସନ କରିଥିଲେ । ଫିଲ୍ଡ ଅମ୍ପାୟାର ଅଙ୍ଗୁଳି ଉଠାଇ ଆଉଟ୍ ନିଷ୍ପତ୍ତି ଦେଇଥିଲେ । କୋହଲି ହଠାତ ଚକିତ ହୋଇ ରିଭ୍ୟୁ ମାଗିଥିଲେ । ସେ ଜାଣିଥିଲେ, ଏହା ମୋ ଅଣ୍ଟା ଉଚ୍ଚତାର ଫୁଲ-ଟସ୍ ବଲ୍ । ତେଣୁ ନୋ’ ବଲ ହେବା ସ୍ୱାଭାବିକ ।
ରିଭ୍ୟୁ ନାଟକ ଥାର୍ଡ ଅମ୍ପାୟାର ରିଭ୍ୟୁ କରିଥିଲେ । ୧ ମିନିଟ ୨୩ ସେକେଣ୍ଡରେ ବିଭିନ୍ନ ଦିଗରୁ ବିଶ୍ଳେଷଣ ପରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ । ବଲ୍ଟି ସ୍ଲୋ ଥିଲା । ଭିଡିଓରେ ‘ସାଇଡ୍ ଆଙ୍ଗେଲ୍’ରୁ ଦେଖା ଯାଉଥିଲା କୋହଲି କ୍ରିଜ୍ରେ ସ୍ୱାଭାବିକ ସ୍ଥାନ ଠାରୁ ବାହାରେ ଥିଲେ । ତେଣୁ ଯଦି ସେ ସ୍ୱାଭାବିକ ଭାବରେ ବ୍ୟାଟିଂ କ୍ରିଜ ମଧ୍ୟରେ ରହିଥାନ୍ତେ ବଲ୍ ତାଙ୍କ ଅଣ୍ଟା ଭାଗରୁ ତଳ ଦେଇ ଅତିକ୍ରମ କରିଥାନ୍ତା ।
ଏହା ଭିଡିଓରୁ ସ୍ପଷ୍ଟ ହେବା ପରେ ଥାର୍ଡ ଅମ୍ପାୟାର ଆଉଟ୍ ନିଷ୍ପତ୍ତି ଦେଇଥିଲେ । ଅର୍ଥାତ କୋହଲି କ୍ରିଜରେ ବାହାରେ ଥିବାରୁ ତାଙ୍କ ଅଣ୍ଟା ଉଚ୍ଚତାରେ ବଲ ଯାଇଥିଲା । ମାତ୍ର ସେ କ୍ରିଜ ଭିତରେ ଥିଲେ ବଲର ଉଚ୍ଚତା କମିଥାନ୍ତା । କିନ୍ତୁ କୋହଲି ନିଷ୍ପତ୍ତିରେ କ୍ରୋଧାନ୍ୱିତ ହୋଇ ପଡ଼ିଥିଲେ, ସେ ଫିଲ୍ଡ ଅମ୍ପାୟାରଙ୍କୁ ଗାଳି ଦେଇ ପାଭିଲିୟନ ଫେରିଥିଲେ ।
ମ୍ୟାଚ୍ ଶେଷ ହେବା ପରେ ଅମ୍ପାୟାର କୋହଲିଙ୍କୁ ନିଜ ନିଷ୍ପତ୍ତି ସଂପର୍କରେ ସ୍ପଷ୍ଟୀକରଣ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । କ’ଣ ରହିଛି ନିୟମ? ଏମ୍ସିସିର ନିୟମ ୪୧.୭.୧ରେ ଲିଖିତ ରହିଛି ଯେ, ଯଦି କୌଣସି ବଲ ପିଚକୁ ସ୍ପର୍ଶ ନକରି ବ୍ୟାଟିଂ କ୍ରିଜରେ ଥିବା ବ୍ୟାଟରଙ୍କ ଅଣ୍ଟା ଉଚ୍ଚତା ଦେଇ ଗତିକରେ, ତେବେ ତାହାକୁ ଅମ୍ପାୟାର ନୋ ବଲ୍ ଡାକିବେ ।
ନିୟମ ଅନୁସାରେ କୋହଲି ବିରକ୍ତ ପ୍ରକାଶ କରିଥିଲେ । ସେ କ୍ରିଜ ବାହାରେ ଥିବାରୁ ତାଙ୍କ ପ୍ରତି ନିୟମ ଲାଗୁ ହୋଇ ନଥିଲା । ଆମେ ଭାବିଥିଲୁ ନୋ ବଲ୍ ଆରସିବି ଅଧିନାୟକ ଡୁପ୍ଳେସି କହିଥିଲେ, ‘ ନିୟମ ସମସ୍ତ ପାଇଁ ସମାନ । ବଲ ଅଣ୍ଟା ଉଚ୍ଚତାରେ ଯାଇଥିବାରୁ ବିରାଟ ଓ ମୁଁ ଭାବିଥିଲୁ ଏହା ନୋ ବଲ ।’ଆରସିବି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଶେଷରେ ୧ ରନ୍ରେ ପରାଜିତ ହୋଇଥିଲା ।