ରାଜଧାନୀ ଉପକଣ୍ଠରେ ଛଅ ମାଣ ଆଠ ଗୁଣ୍ଠର କାହାଣୀ: ଭୁବନେଶ୍ୱରରେ ବେଧଡକ ଭାବେ ଚାଲିଛି ମହାଜନୀ କାରବାର

କନକ ବ୍ୟୁରୋ: ଘରର ମୁରବୀଙ୍କ ଚିକିତ୍ସା ପାଇଁ ଆଣିଥିବା ଋଣ ଟଙ୍କା ସୁଝିନପାରି ପରିବାରରେ ତଳିତଳାନ୍ତ ହୋଇଯିବ ଏହା ସ୍ବପ୍ନରେ କେବେ ଚିନ୍ତା କରିନଥିଲେ ପଦ୍ମକେଶରୀପୁରର ଅବନୀ ଦାସ। ୨୨ବର୍ଷ ତଳେ ଆଣିଥିବା ୧୦ହଜାର ଟଙ୍କାର ସୁଧ ବାବଦରେ ୫ଲକ୍ଷ ଟଙ୍କା ସୁଝି ସାରିଲେଣି ଅବନୀ। କିନ୍ତୁ ମୂଳ ଟଙ୍କା ଏବେବି ବାକି ଅଛି। ପଦ୍ମକେଶରୀପୁରର ଅବନୀ ଦାସ। ଅବନୀଙ୍କ କାହାଣୀ ସିନେମାରେ ସାହୁକାରର ଜୁଲମଠାରୁ କିଛି କମ ନୁହେଁ। ଜରି ପକା କଚ୍ଚା ଘରେ ଅତି […] The post ରାଜଧାନୀ ଉପକଣ୍ଠରେ ଛଅ ମାଣ ଆଠ ଗୁଣ୍ଠର କାହାଣୀ: ଭୁବନେଶ୍ୱରରେ ବେଧଡକ ଭାବେ ଚାଲିଛି ମହାଜନୀ କାରବାର first appeared on Kanak News.

ରାଜଧାନୀ ଉପକଣ୍ଠରେ ଛଅ ମାଣ ଆଠ ଗୁଣ୍ଠର କାହାଣୀ: ଭୁବନେଶ୍ୱରରେ ବେଧଡକ ଭାବେ ଚାଲିଛି ମହାଜନୀ କାରବାର

କନକ ବ୍ୟୁରୋ: ଘରର ମୁରବୀଙ୍କ ଚିକିତ୍ସା ପାଇଁ ଆଣିଥିବା ଋଣ ଟଙ୍କା ସୁଝିନପାରି ପରିବାରରେ ତଳିତଳାନ୍ତ ହୋଇଯିବ ଏହା ସ୍ବପ୍ନରେ କେବେ ଚିନ୍ତା କରିନଥିଲେ ପଦ୍ମକେଶରୀପୁରର ଅବନୀ ଦାସ। ୨୨ବର୍ଷ ତଳେ ଆଣିଥିବା ୧୦ହଜାର ଟଙ୍କାର ସୁଧ ବାବଦରେ ୫ଲକ୍ଷ ଟଙ୍କା ସୁଝି ସାରିଲେଣି ଅବନୀ। କିନ୍ତୁ ମୂଳ ଟଙ୍କା ଏବେବି ବାକି ଅଛି।

ପଦ୍ମକେଶରୀପୁରର ଅବନୀ ଦାସ। ଅବନୀଙ୍କ କାହାଣୀ ସିନେମାରେ ସାହୁକାରର ଜୁଲମଠାରୁ କିଛି କମ ନୁହେଁ। ଜରି ପକା କଚ୍ଚା ଘରେ ଅତି ଦୁର୍ଦିନରେ କଟୁଛି ଦିନ। ଓଳିଏ ଖାଇଲେ ଦୁଇ ଓଳି ଉପାସ। ସ୍ୱାମୀ ଚେର ମୂଳି ବିକ୍ରି କରନ୍ତି ଆଉ ଅବନୀ ପର ଘରେ ବାସନ ମାଜି ପେଟ ପୋଷନ୍ତି। ଆଉ ଜାଣି ଆଶ୍ଚର୍ୟ୍ୟ ହେବେ କେବଳ ମହାଜନକୁ ସୁଧ ଦେଇ ଦେଇ ଏହି ପରିବାରର ଆଜି ଏ ଅବସ୍ଥା। ସୁଧର ବୋଝର ଚାପ ଏତେ ଅଧିକ ଅଛି ଯେ, ଦିବ୍ୟାଙ୍ଗ ପିଲାର ଭତା ଟଙ୍କା ବି ନେଇ ଯାଉଛି ସୁଧିଆ । ୨୨ ବର୍ଷ ତଳେ ଅବନୀଙ୍କ ଶ୍ୱଶୁରଙ୍କ ଦେହ ଖରାପ ଯୋଗୁ ସେହି ଗାଁର ଜଣେ ମହିଳାଙ୍କଠାରୁ ୧୦ ହଜାର ଟଙ୍କା କରଜ କରିଥିଲେ । ୧୦ ହଜାର ଟଙ୍କାର ସୁଧ ବାବଦକୁ ଏହି ପରିବାର ମୋଟ ୫ ଲକ୍ଷରୁ ଅଧିକ ଟଙ୍କା ମହାଜନକୁ ଦେଇ ସାରିଲେଣି । ଅର୍ଥାତ ମୂଳ ଟଙ୍କାର ବହୁଗୁଣା ପାଇ ସାରିଲେଣି ସୁଧିଆ ତଥାପି ଟଙ୍କା ମାଗୁଛନ୍ତି । ଯଦି ଏହି ଘର ଆଉ ଏହି ଡିହ ବା ଯାଗା ଟି ମହାଜନ ନାଁରେ ନକରିବେ ତାହେଲେ ସାରାଜୀନବ ଏଇମିତି ସୁଧ ସୁଝି ସୁଝି ଚାଲିଯିବ ବୋଲି ସେ କହିଛନ୍ତି।

ସେପଟେ ସୁଧ କାରବାର ସମ୍ପୁର୍ଣ୍ଣ ବେଆଇନ ବୋଲି କହିଛନ୍ତି ଆଇନଜୀବୀ। ସୁଧ କାରବାର ନାଁରେ ହେଉଥିବା ଏହି ଦଦାବଟି ଆଦାୟ ଓ ଶୋଷଣକୁ ନେଇ ରାଜ୍ୟ ମାନବାଧିକର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗକୁ ହାଇକୋର୍ଟରେ ପି.ଆ.ଏଲ. ଫାଇଲ କରିବେ ବୋଲି କହିଛନ୍ତି ଆଇନଜୀବୀ । ବର୍ଷ ବର୍ଷ ଧରି ବେଆଇନ ଭାବେ ବେଧଡକ ସୁଧ କାରବାର କରୁଛନ୍ତି ମହାଜନ । ଏଠି ଗରିବ ପରିବାର ଦିନକୁ ଦିନ ଗରିବ ହୋଇ ହୋଇ ଚାଲିଛି ଆଉ ଧନୀ ତାଙ୍କ ତଂଟି ଚିପି ଚାଲିଛନ୍ତି।

The post ରାଜଧାନୀ ଉପକଣ୍ଠରେ ଛଅ ମାଣ ଆଠ ଗୁଣ୍ଠର କାହାଣୀ: ଭୁବନେଶ୍ୱରରେ ବେଧଡକ ଭାବେ ଚାଲିଛି ମହାଜନୀ କାରବାର first appeared on Kanak News.