ରାଜଧାନୀ କୀବ୍ ଉପରେ ଋଷ୍‌ର ଏୟାର ଷ୍ଟ୍ରାଇକ୍; ମିସାଇଲ୍ ମାଡ଼ରେ ୨୫ ନାଗରିକ ମୃତ, ୪୦ ଆହତ

ନୂଆଦିଲ୍ଲୀ: ଯୁକ୍ରେନ୍ ଉପରେ ଋଷର ବଡ଼ ହମଲା । ରାଜଧାନୀ କୀବ୍ ସହର ଉପରେ ଏୟାର ଷ୍ଟ୍ରାଇକ୍ କରିଛି ମସ୍କୋ । ଘନ ଘନ ମିସାଇଲ୍ ମାଡ଼ରେ ପ୍ରାୟ ୨୫ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆମେରିକା ସରକାର ୟୁକ୍ରେନକୁ ଗୁଇନ୍ଦା ତଥ୍ୟ ସହାୟତା ବନ୍ଦ କରିବା ପରେ ଏହି ଆକ୍ରମଣ ହୋଇଛି ।  ୟୁକ୍ରେନ୍ ସରକାରଙ୍କ ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି । ୟୁକ୍ରେନର ପୂର୍ବ ସହର ଡୋବ୍ରୋପିଲିଆ ଏବଂ ଖାର୍କୀ କ୍ଷେତ୍ରର ଏକ ବସ୍ତି ଉପରେ ମିସାଇଲ  ଏବଂ ଡ୍ରୋନ ମାଡ଼ କରିଛି ଋଷ୍ ସେନା । ଏଥିରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ସ୍ଥାନୀୟ ଅଧିକାରୀଙ୍କ କହିବା କଥା, ଋଷର ଏହି ଆକ୍ରମଣରେ ଡେନଟସ୍କ ଅଞ୍ଚଳ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏୟାର ଷ୍ଟ୍ରାଇକରେ ୧୧ଜଣ ପ୍ରାଣ ହରାଇଥିବା ବେଳେ ୪୦ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲାଥିବା ସୂଚନା ରହିଛି । ବିଶେଷ କରି ଖାର୍କୀବ ଏବଂ ଓଡେଶା ପ୍ରାନ୍ତରେ ବୁନିଆଦି ଢାଞ୍ଚା କ୍ଷତିଗ୍ରସ୍ତ ହୋଇଛି । ଅନେକ ବିଲ୍ଡିଂ ମାଟି ସମାଧି ନେଇଛି । ୩୦ରୁ  ଅଧିକ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଛି । ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁରେ ଡେନଟସ୍କ ରାଜ୍ୟପାଳ ଭାଡିମ୍ ଫ

ରାଜଧାନୀ କୀବ୍ ଉପରେ ଋଷ୍‌ର ଏୟାର ଷ୍ଟ୍ରାଇକ୍; ମିସାଇଲ୍ ମାଡ଼ରେ ୨୫ ନାଗରିକ ମୃତ, ୪୦ ଆହତ

ନୂଆଦିଲ୍ଲୀ: ଯୁକ୍ରେନ୍ ଉପରେ ଋଷର ବଡ଼ ହମଲା । ରାଜଧାନୀ କୀବ୍ ସହର ଉପରେ ଏୟାର ଷ୍ଟ୍ରାଇକ୍ କରିଛି ମସ୍କୋ । ଘନ ଘନ ମିସାଇଲ୍ ମାଡ଼ରେ ପ୍ରାୟ ୨୫ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆମେରିକା ସରକାର ୟୁକ୍ରେନକୁ ଗୁଇନ୍ଦା ତଥ୍ୟ ସହାୟତା ବନ୍ଦ କରିବା ପରେ ଏହି ଆକ୍ରମଣ ହୋଇଛି ।  

ୟୁକ୍ରେନ୍ ସରକାରଙ୍କ ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି । ୟୁକ୍ରେନର ପୂର୍ବ ସହର ଡୋବ୍ରୋପିଲିଆ ଏବଂ ଖାର୍କୀ କ୍ଷେତ୍ରର ଏକ ବସ୍ତି ଉପରେ ମିସାଇଲ  ଏବଂ ଡ୍ରୋନ ମାଡ଼ କରିଛି ଋଷ୍ ସେନା । ଏଥିରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । 

ସ୍ଥାନୀୟ ଅଧିକାରୀଙ୍କ କହିବା କଥା, ଋଷର ଏହି ଆକ୍ରମଣରେ ଡେନଟସ୍କ ଅଞ୍ଚଳ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଏୟାର ଷ୍ଟ୍ରାଇକରେ ୧୧ଜଣ ପ୍ରାଣ ହରାଇଥିବା ବେଳେ ୪୦ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲାଥିବା ସୂଚନା ରହିଛି । ବିଶେଷ କରି ଖାର୍କୀବ ଏବଂ ଓଡେଶା ପ୍ରାନ୍ତରେ ବୁନିଆଦି ଢାଞ୍ଚା କ୍ଷତିଗ୍ରସ୍ତ ହୋଇଛି । ଅନେକ ବିଲ୍ଡିଂ ମାଟି ସମାଧି ନେଇଛି । ୩୦ରୁ  ଅଧିକ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଛି । ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁରେ ଡେନଟସ୍କ ରାଜ୍ୟପାଳ ଭାଡିମ୍ ଫିଲିଆସ୍କିନ୍ ଶନିବାର ଶୋକ ଦିବସ ପାଳନ କରିଥିଲେ । ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି, ଆମେରିକା ସୈନ୍ୟ ଏବଂ ଗୁଇନ୍ଦା ସମର୍ଥନ ହଟାଇବା ପରେ ଋଷ୍ ସେନା ବଡ଼ ଆକ୍ରମଣ କରିଛି ।...