ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୩ ଡିଗ୍ରୀ ଟପିଲା, ୧୪ ଜିଲ୍ଲା ପାଇଁ ହିଟ୍ଓ୍ବେଭ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର ୫।୪: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଉତ୍ତର, ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପ୍ରବଳ ତାତିରେ ଜଳୁଛି । ଆହୁରି ୨ ଦିନ ସିଝିବ ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବରରେ ଚଳିତ ଖରା ସଜିନରେ ସର୍ବାଧିକ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି । ଗରମ ହାବ୍ବା ବହୁଛି । ପାରଦ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟର ଅର୍ଦ୍ଧାଧିକ ସହରରେ ତାପମାତ୍ରା ସ୍ଵାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଏବଂ କିଛି ସ୍ଥାନରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ଅଛି । ଯାହାକୁ ନଜରରେ ରଖି ୬ ତାରିଖ ପାଇଁ ରାଜ୍ୟର ୧୪ ସହର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ସହ ହିଟ୍ ୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅମୁଗୋଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଯପୁର, ମୟୁରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ମାଲକାନଗିରି, ନୟାଗଡ଼, ଢେଙ୍କାନାଳ ଓ ବୌଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରାତିରେ ଗରମ ଗୁଳୁଗୁଳି ଅନୁଭୂତ ହେବ । ଏହାସହ ରାଜ୍ୟରେ ଜାରି ରହିବ ରାତିର ସ୍ଥିତି । ପଶ୍ଚିମାଝଡ଼ ପ୍ରଭାବରେ ସୃଷ୍ଟି ହେ

ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୩ ଡିଗ୍ରୀ ଟପିଲା, ୧୪ ଜିଲ୍ଲା ପାଇଁ ହିଟ୍ଓ୍ବେଭ୍ ଓ୍ବାର୍ଣ୍ଣିଂ

ଭୁବନେଶ୍ବର ୫।୪: ତତଲା କଡ଼େଇରେ ଭାଜି ହେଉଛି ଓଡ଼ିଶା । ଉତ୍ତର, ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପ୍ରବଳ ତାତିରେ ଜଳୁଛି । ଆହୁରି ୨ ଦିନ ସିଝିବ ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବରରେ ଚଳିତ ଖରା ସଜିନରେ ସର୍ବାଧିକ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ ହେଉଛି । ଗରମ ହାବ୍ବା ବହୁଛି । ପାରଦ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ୟର ଅର୍ଦ୍ଧାଧିକ ସହରରେ ତାପମାତ୍ରା ସ୍ଵାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଏବଂ କିଛି ସ୍ଥାନରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ଅଛି । ଯାହାକୁ ନଜରରେ ରଖି ୬ ତାରିଖ ପାଇଁ ରାଜ୍ୟର ୧୪ ସହର ପାଇଁ ୟେଲୋ ଓ୍ବାର୍ଣ୍ଣିଂ ସହ ହିଟ୍ ୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅମୁଗୋଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଯପୁର, ମୟୁରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 

ସେହିଭଳି ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗିର, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର, ମାଲକାନଗିରି, ନୟାଗଡ଼, ଢେଙ୍କାନାଳ ଓ ବୌଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରାତିରେ ଗରମ ଗୁଳୁଗୁଳି ଅନୁଭୂତ ହେବ । ଏହାସହ ରାଜ୍ୟରେ ଜାରି ରହିବ ରାତିର ସ୍ଥିତି । ପଶ୍ଚିମାଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ଫଳରେ ୭, ୮ ଓ ୯ ତାରିଖରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୨ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । 

ଶୁକ୍ରବାର ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ୪୩.୨, ସହର ଉପକଣ୍ଠ ଛତାବରଠାରେ ୪୦.୮, ଆଇଟିଇଆରରେ ୪୨ ଡ଼ିଗ୍ରୀ, ସମ୍ବଲପୁରରେ ୪୦.୮, ହୀରାକୁଦ ୪୦.୬, ଚାନ୍ଦବାଲି ୪୦.୬, ଝାରସୁଗୁଡ଼ା ୪୦.୨ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଅନ୍ୟପଟେ ଅପ୍ରେଲ ୭ ତାରିଖ ସକାଳ କିମ୍ବା ରାତିରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ତୀବ୍ରତା କାଳବୈଶାଖୀ ଅନୂଭୂତ ସମ୍ଭାବନା ରହିଛି । ୭ ତାରିଖ ସନ୍ଧ୍ୟାରେ କାଳବୈଶାଖୀ ନେହେଲେ ୮ ତାରିଖ ସକାଳୁ ହେବା ସମ୍ଭାବନା ରହିଛି । ୮ ତାରିଖରୁ ପାଣିପାଗ ପରିବର୍ତ୍ତନ ହେବ । ୧୩ ତାରିଖ ଯାଏ କମ୍ ତାପମାତ୍ରା ରହିବ । ଏହି ସମୟ ଭିତରେ ୩୬ରୁ ୩୮ ଡ଼ିଗ୍ରୀ ଭିତରେ ତାପମାତ୍ରା ରହିବ ବୋଲି ସୋଆ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  

ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଛୋଟ ପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।

You Can Read :

ସାରା ରାଜ୍ୟରେ ତାତିର ପ୍ରକୋପ, ୩୯ ଡିଗ୍ରୀ ସହ ଜଳୁଛି ରାଜଧାନୀ