‘ରାଜଧାନୀର ୧୦ଟି ସ୍ଥାନରେ ହେବ ରାବଣପୋଡ଼ି’

ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

‘ରାଜଧାନୀର ୧୦ଟି ସ୍ଥାନରେ ହେବ ରାବଣପୋଡ଼ି’

ରାଜଧାନୀ ଭୁବନେଶ୍ୱରରେ ଚଳିତ ବର୍ଷ ୧୦ଟି ସ୍ଥାନରେ ହେବ ରାବଣ ପୋଡ଼ି। ୧୦ଟି ମଣ୍ଡପକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି। କମିଶନରେଟ ପୁଲିସ ପକ୍ଷରୁ ଏହି  ସୂଚନା ଦିଆଯାଇଛି। 

କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ,  ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍‌ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି। ସେହିପରି ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆ ଏବଂ କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ ହେବ ରାବଣପୋଡି।

ଏଥିପାଇଁ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ। ସମସ୍ତ ସ୍ଥାନରେ ଅଗ୍ନିଶମ ବାହିନୀ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ରାବଣ ପୋଡ଼ି ଦେଖିବାକୁ ବହୁ ଲୋକଙ୍କ ଆଗମନ ହୋଇଥାଏ। ତେଣୁ ଉକ୍ତ ସମୟରେ କାର୍ଯ୍ୟକ୍ରମ ସ୍ଥାନଠାରୁ ୧୦୦ ମିଟର ଦୂରରେ ରହି ରାବଣ ପୋଡ଼ି ଦେଖିବାକୁ  ପୁଲିସ ନିର୍ଦ୍ଦେଶାବଳୀ ଜାରି କରିଛି।