ରାଜଧାନୀର ୨୪ଟି ଥାନାରେ ଜୋରଦାର ନାଇଟ୍‌ ବ୍ଲକିଂ ଆଉ ଚେକିଂ

ଭୁବନେଶ୍ୱର ୦୨।୦୬ : ନିର୍ବାଚନ ସରିଛି କିନ୍ତୁ ବନ୍ଦ ହୋଇନି ବ୍ଲକିଂ ଚେକିଂ। ରାଜଧାନୀ ଭୁବନେଶ୍ବର ୨୪ଟି ଥାନା ଅଞ୍ଚଳରେ ଜୋରଦାର ହୋଇଛି ନାଇଟ ବ୍ଲକିଂ। ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଥାନାର ସମ୍ବେଦନଶୀଳ ସ୍ଥାନରେ ନାକା ଲଗାଯାଇଥିଲା। ରାତି ୧୧ଟା ରୁ ଭୋର୍ ୪ଟା ପର୍ଯ୍ୟନ୍ତ ଚେକିଂ ଚାଲିଥିଲା। ଯେଉଁଥିରେ ଡ୍ରଙ୍କେନ୍ ଡ୍ରାଇଭ୍, ରିଭର୍ସ ଡ୍ରାଇଭିଂ ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଠାରୁ ସମୁଦାୟ ୩୦୨ଟି ଗାଡ଼ି ସିଜ୍ କରି କୋର୍ଟ ପଠାଇଛି ପୋଲିସ। କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା।