ରାଜଧାନୀର ୪ ଟି ସ୍କୁଲ କୁ ପୁଣି ବୋମା ଧମକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି । ଗତ ତିନିଦିନ ଧରି ଲଗାତର ଇମେଲ୍ ମାଧ୍ୟମରେ ୪ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି । ବୁଧବାର ସକାଳେ ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର ଏବଂ ହୌଜ ଖାସ ଅଞ୍ଚଳର ୪ଟି ପ୍ରତିଷ୍ଠିତ ସ୍କୁଲକୁ ମେଲ୍‌ ମାଧ୍ୟମରେ ବୋମା ସମ୍ପର୍କରେ ସୂଚନା ଦିଆଯାଇଥିଲା, ଯାହା ପରେ ଦିଲ୍ଲୀ ପୋଲିସ ଏବଂ ଜରୁରୀକାଳୀନ ଦଳଗୁଡ଼ିକ କାର୍ଯ୍ୟରେ ଲାଗିପଡ଼ିଥିଲେ। […]

ରାଜଧାନୀର ୪ ଟି ସ୍କୁଲ କୁ ପୁଣି ବୋମା ଧମକ
ରାଜଧାନୀର ୪ ଟି ସ୍କୁଲ କୁ ପୁଣି ବୋମା ଧମକ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଥରେ ସ୍କୁଲଗୁଡ଼ିକୁ ବୋମା ଧମକ ମଳିଛି । ଗତ ତିନିଦିନ ଧରି ଲଗାତର ଇମେଲ୍ ମାଧ୍ୟମରେ ୪ ସ୍କୁଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଛି । ବୁଧବାର ସକାଳେ ଦ୍ୱାରକା, ବସନ୍ତ କୁଞ୍ଜ, ପଶ୍ଚିମ ବିହାର ଏବଂ ହୌଜ ଖାସ ଅଞ୍ଚଳର ୪ଟି ପ୍ରତିଷ୍ଠିତ ସ୍କୁଲକୁ ମେଲ୍‌ ମାଧ୍ୟମରେ ବୋମା ସମ୍ପର୍କରେ ସୂଚନା ଦିଆଯାଇଥିଲା, ଯାହା ପରେ ଦିଲ୍ଲୀ ପୋଲିସ ଏବଂ ଜରୁରୀକାଳୀନ ଦଳଗୁଡ଼ିକ କାର୍ଯ୍ୟରେ ଲାଗିପଡ଼ିଥିଲେ। ତେବେ ବେଳେ କିଛି ସନ୍ଦେହଜନକ ଜିନିଷ ମିଳିନଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ୧୪ ଏବଂ ୧୫ ଜୁଲାଇରେ ଦିଲ୍ଲୀର ସ୍କୁଲଗୁଡ଼ିକୁ ଏପରି ଧମକପୂର୍ଣ୍ଣ ମେଲ୍ ପଠାଯାଇଥିଲା।

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ସେଣ୍ଟ ଥୋମାସ, ବସନ୍ତ ଭେଲି, ମଦର ଇଣ୍ଟରନ୍ୟାସନାଲ, ରିଚମୋଣ୍ଡ ଗ୍ଲୋବାଲ ଏବଂ ସର୍ଦ୍ଦାର ପଟେଲ ସ୍କୁଲକୁ ବୋମା ଧମକ ମିଳିଛି । ଧମକ ମିଳିବା ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବାହାର କରିବା ସହ ସାରା ରାତି ସ୍କୁଲ ଷ୍ଟାଫ ବିଦ୍ୟାଳୟ ପରିସର ଭିତରେ ଜଗି ରହିଛନ୍ତି । ସମସ୍ତ ମେଲ୍‌ରେ ବୋମା ବିସ୍ଫୋରଣ ହେବାର ଚେତାବନୀ ଦିଆଯାଇଥିଲା। ମେଲ୍‌ ପାଇବା ମାତ୍ରେ ସ୍କୁଲ ପ୍ରଶାସନ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା।

ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ, ଡଗ୍‌ ସ୍କ୍ବାଡ୍‌, ବୋମା ନିଷ୍କ୍ରିୟ ୟୁନିଟ୍‌ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଦଳ ଏହି ସମସ୍ତ ସ୍କୁଲ ପରିସରରେ ପହଞ୍ଚିଥିଲେ। ସକାଳ ୫:୩୦ରୁ ସକାଳ ୮:୩୦ ପର୍ଯ୍ୟନ୍ତ, ଅଗ୍ନିଶମ ବିଭାଗକୁ ବିଭିନ୍ନ ସମୟରେ ଚାରୋଟି ସ୍କୁଲରୁ ଫୋନ ଆସିଥିଲା। ସୁରକ୍ଷା ସଂସ୍ଥାଗୁଡ଼ିକ ଏହି ସ୍କୁଲ ପରିସରଗୁଡ଼ିକୁ ଖାଲି କରି ଯାଞ୍ଚ କରିଥିଲେ। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସନ୍ଦିଗ୍ଧ ପଦାର୍ଥ କିମ୍ବା ବୋମା ମିଳିନାହିଁ। ତଥାପି ସତର୍କତା ସ୍ବରୂପ, ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ବର୍ତ୍ତମାନ ପୋଲିସ ସମସ୍ତଙ୍କୁ ଭୟଭୀତ ନ ହେବାକୁ ନିବେଦନ କରିଛି, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସମସ୍ତ ସୁରକ୍ଷା ମାନଦଣ୍ଡ ପାଳନ କରାଯାଉଛି। ଅଧିକାରୀମାନେ କହିଛନ୍ତି, ଧମକ ପଠାଇଥିବା ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।