ରାଜଧାନୀରେ କଂଗ୍ରେସ ନେତାଙ୍କ ବେନାମୀ ପୋଷ୍ଟର ଲଗାଯିବା ପ୍ରସଙ୍ଗ, ସରକାରଙ୍କୁ ଟାର୍ଗେଟ କଲା ଦଳ

ଭୁବନେଶ୍ବର: ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ କଂଗ୍ରେସ ନେତାଙ୍କ ବେନାମୀ ପୋଷ୍ଟର ଲଗାଯିବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏପ୍ରସଙ୍ଗରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ କହିଛନ୍ତି ସରକାର ଜାଣିଶୁଣି କଂଗ୍ରେସ ଦଳ ଏବଂ କେନ୍ଦ୍ରୀୟ ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି।ସେ ଆହୁରି କହିଛନ୍ତି ‘‘ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତା ଘୋଡ଼ାଇବା ପାଇଁ ଏଭଳି ହୀନ ରାଜନୀତି କରୁଛନ୍ତି। ଯେତେବେଳେ କଂଗ୍ରେସ ଦଳର କେନ୍ଦ୍ରୀୟ ନେତାଙ୍କ ଫଟୋ ରାଜଧାନୀରେ ଲାଗୁଛି ସେତେବେଳେ ବିଏମସି ଆଖିକୁ ନିଦ ଆସୁନାହିଁ, କିନ୍ତୁ ଏବେ ବିଏମସି ଅଧିକାରୀ କୁଆଡ଼େ ଗଲେ ?’’‘‘ ଗଣମାଧ୍ୟମରେ ମନ୍ତ୍ରୀ କହୁଛନ୍ତି କଂଗ୍ରେସ ଦଳ ସରକାରୀ ସମ୍ପତ୍ତି ନଷ୍ଟ କରିଛି। ତେବେ ଆମେ ପ୍ରଶ୍ନ ପଚାରିବାକୁ ଚାହୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ବିଜେପି ପାର୍ଟି ଅଫିସ ଆସିଥିଲେ ସେତେବେଳେ ଯେଉଁ ବାଉଁଶ ଭାଙ୍ଗିଲା ତାହା କଣ ସରକାରୀ ସମ୍ପତ୍ତି ନଥିଲା ? ତେଣୁ ଏହି ଘଟଣାରେ ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ ତେବେ ୨ ଦିନ ଭିତରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ। ଏହି ପୋଷ୍ଟର ଲଗାଇବାକୁ ବିଏମସି ଅନୁମତି ଦେଇଥିଲା କି ନାହିଁ ତାହାର ମଧ୍ୟ ତଦନ୍ତ ହେଉ। ନଚେତ ଆଗାମୀ ଦିନରେ କଂଗ୍ରେସ ନେତା ଓ  କର୍ମୀ ଏହାର ଜବାବ ମନ୍ତ୍ରୀଙ୍କୁ ମାଗିବ।’’ ବୋଲି ଚେତାବନୀ ଦେଇଛି କଂଗ୍ରେସ।

ରାଜଧାନୀରେ କଂଗ୍ରେସ ନେତାଙ୍କ ବେନାମୀ ପୋଷ୍ଟର ଲଗାଯିବା ପ୍ରସଙ୍ଗ, ସରକାରଙ୍କୁ ଟାର୍ଗେଟ କଲା ଦଳ

ଭୁବନେଶ୍ବର: ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ କଂଗ୍ରେସ ନେତାଙ୍କ ବେନାମୀ ପୋଷ୍ଟର ଲଗାଯିବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏପ୍ରସଙ୍ଗରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ କହିଛନ୍ତି ସରକାର ଜାଣିଶୁଣି କଂଗ୍ରେସ ଦଳ ଏବଂ କେନ୍ଦ୍ରୀୟ ନେତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି।

ସେ ଆହୁରି କହିଛନ୍ତି ‘‘ରାଜ୍ୟ ସରକାର ନିଜର ଦୋଷ ଦୁର୍ବଳତା ଘୋଡ଼ାଇବା ପାଇଁ ଏଭଳି ହୀନ ରାଜନୀତି କରୁଛନ୍ତି। ଯେତେବେଳେ କଂଗ୍ରେସ ଦଳର କେନ୍ଦ୍ରୀୟ ନେତାଙ୍କ ଫଟୋ ରାଜଧାନୀରେ ଲାଗୁଛି ସେତେବେଳେ ବିଏମସି ଆଖିକୁ ନିଦ ଆସୁନାହିଁ, କିନ୍ତୁ ଏବେ ବିଏମସି ଅଧିକାରୀ କୁଆଡ଼େ ଗଲେ ?’’

‘‘ ଗଣମାଧ୍ୟମରେ ମନ୍ତ୍ରୀ କହୁଛନ୍ତି କଂଗ୍ରେସ ଦଳ ସରକାରୀ ସମ୍ପତ୍ତି ନଷ୍ଟ କରିଛି। ତେବେ ଆମେ ପ୍ରଶ୍ନ ପଚାରିବାକୁ ଚାହୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ବିଜେପି ପାର୍ଟି ଅଫିସ ଆସିଥିଲେ ସେତେବେଳେ ଯେଉଁ ବାଉଁଶ ଭାଙ୍ଗିଲା ତାହା କଣ ସରକାରୀ ସମ୍ପତ୍ତି ନଥିଲା ? ତେଣୁ ଏହି ଘଟଣାରେ ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ ତେବେ ୨ ଦିନ ଭିତରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ। ଏହି ପୋଷ୍ଟର ଲଗାଇବାକୁ ବିଏମସି ଅନୁମତି ଦେଇଥିଲା କି ନାହିଁ ତାହାର ମଧ୍ୟ ତଦନ୍ତ ହେଉ। ନଚେତ ଆଗାମୀ ଦିନରେ କଂଗ୍ରେସ ନେତା ଓ  କର୍ମୀ ଏହାର ଜବାବ ମନ୍ତ୍ରୀଙ୍କୁ ମାଗିବ।’’ ବୋଲି ଚେତାବନୀ ଦେଇଛି କଂଗ୍ରେସ।