ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ

ଭୁବନେଶ୍ୱର,୧୫।୩: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଗଡ଼ିଛି ୨ ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ରଙ୍ଗ ଖେଳ ବେଳେ ଘଟିଛି ହତ୍ୟାକାଣ୍ଡ । ୪ ଜଣ ଯୁବକ ଛୁରି ଭୁସି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ […] The post ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ appeared first on Dharitri Odia News.

ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ

ଭୁବନେଶ୍ୱର,୧୫।୩: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଗଡ଼ିଛି ୨ ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରିଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱର ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ରଙ୍ଗ ଖେଳ ବେଳେ ଘଟିଛି ହତ୍ୟାକାଣ୍ଡ । ୪ ଜଣ ଯୁବକ ଛୁରି ଭୁସି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା କେତେଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଆଜି ଦ୍ୱି ପ୍ରହରରେ ହୋଲି ଖେଳୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ପରେ କଥା କଟାକଟି ହୋଇଥିଲା । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ୪ଜଣ ଯୁବକ ଛୁରି ଭୁସି ଜଣଙ୍କୁ ହତ୍ୟା କରିଛନ୍ତି।

ସେହିପରି ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ହୋଲି ଖେଳକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି।

The post ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ appeared first on Dharitri Odia News.