ରାଜଧାନୀରେ ଡିଜିପି ସମ୍ମିଳନୀ ସମାପ୍ତ; ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

କନକ ବ୍ୟୁରୋ : ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିବା ଡିଜିପି ସମ୍ମିଳନୀ ସମାପ୍ତ ହୋଇଛି । ଡିଜିପି ସମ୍ମିଳନୀରୁ ବାହାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨ ଦିନ ଧରି ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସହ ଥିଲେ ଗୃହମନ୍ତ୍ରୀ ଅମିତ ଶାହ । ସେ ମଧ୍ୟ ଦିଲ୍ଲୀ ଫେରିଯାଇଛନ୍ତି । ଲୋକସଭା ଭବନରୁ ବାହାରି ବିମାନବନ୍ଦର ଗଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ । ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ ଥିଲା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଣ୍ଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି ।

ରାଜଧାନୀରେ ଡିଜିପି ସମ୍ମିଳନୀ ସମାପ୍ତ; ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

କନକ ବ୍ୟୁରୋ : ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିବା ଡିଜିପି ସମ୍ମିଳନୀ ସମାପ୍ତ ହୋଇଛି । ଡିଜିପି ସମ୍ମିଳନୀରୁ ବାହାରି ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨ ଦିନ ଧରି ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ତାଙ୍କ ସହ ଥିଲେ ଗୃହମନ୍ତ୍ରୀ ଅମିତ ଶାହ । ସେ ମଧ୍ୟ ଦିଲ୍ଲୀ ଫେରିଯାଇଛନ୍ତି । ଲୋକସଭା ଭବନରୁ ବାହାରି ବିମାନବନ୍ଦର ଗଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ।

ଆଜି ଡିଜିପି-ଆଇଜିପି ସମ୍ମିଳନୀର ତୃତୀୟ ଦିନ ଥିଲା । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମାରାଥନ ସୁରକ୍ଷା କସରତ । ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଣ୍ଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରିଛନ୍ତି ।