ରାଜଧାନୀରେ ପୁଣି ଡେଙ୍ଗୁ ଜ୍ୱର ଆତଙ୍କ, ସଚେତନ ନହେଲେ ବୁଡ଼ିବ ଭେଳା

ଭୁବନେଶ୍ୱର: ଦୁଃଖଦ ଖବର ନିଶ୍ଚୟ । ଡେଙ୍ଗୁରେ ପ୍ରାଣ ହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ତାଙ୍କର । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ମଧ୍ୟ ଡେଙ୍ଗୁ ହୋଇଥିଲା କିନ୍ତୁ ସେ ସୁସ୍ଥ ହୋଇଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି । ରାଜ୍ୟରେ ନିଜର କାୟା ମେଲାଇଲାଣି ଡେଙ୍ଗୁ, ଗତ ବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୧୦୭ଜଣ ଡେଙ୍ଗୁ […] The post ରାଜଧାନୀରେ ପୁଣି ଡେଙ୍ଗୁ ଜ୍ୱର ଆତଙ୍କ, ସଚେତନ ନହେଲେ ବୁଡ଼ିବ ଭେଳା appeared first on KNews Odisha.

ରାଜଧାନୀରେ ପୁଣି ଡେଙ୍ଗୁ ଜ୍ୱର ଆତଙ୍କ, ସଚେତନ ନହେଲେ ବୁଡ଼ିବ ଭେଳା
dengue

ଭୁବନେଶ୍ୱର: ଦୁଃଖଦ ଖବର ନିଶ୍ଚୟ । ଡେଙ୍ଗୁରେ ପ୍ରାଣ ହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ତାଙ୍କର । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ମଧ୍ୟ ଡେଙ୍ଗୁ ହୋଇଥିଲା କିନ୍ତୁ ସେ ସୁସ୍ଥ ହୋଇଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ।

ରାଜ୍ୟରେ ନିଜର କାୟା ମେଲାଇଲାଣି ଡେଙ୍ଗୁ, ଗତ ବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୧୦୭ଜଣ ଡେଙ୍ଗୁ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ଭୁବନେଶ୍ୱରରେ ୪୦୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଏବେଠୁ ସଚେତନ ନ ହେଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି । ଡେଙ୍ଗୁ ଓ ଚିକେନଗୁନିଆ ଏଡିସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ଏହି ମଶା ସାଧାରଣତଃ ଦିନ ବେଳା କାମୁଡିଥାଏ । ଏହି ମଶା କଠିନ ପୃଷ୍ଠରେ ଜମୁଥିବା ସ୍ଥିର ପାଣି ଯେପରିକି ଖୋଲା ଥିବା ଟାଙ୍କି ପାଣି, ପାଣି ଡ୍ରମ, ରୁମ କୁଲର, ଅବ୍ୟବହୃତ ଟାୟାର, ଫୁଲ କୁଣ୍ଡରେ ଜମୁଥିବା ପାଣି, ଭଙ୍ଗା ବାଲଟି, କଟା ପଇଡ଼, ପ୍ଲାଷ୍ଟିକ ଗ୍ଲାସ କପ ଏହି ସବୁ ସ୍ଥାନରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ ।

ତେଣୁ ଏହି ସବୁ ସ୍ଥାନକୁ ସଫା ରଖିବା ସହ ଲୋକ ଙ୍କୁ ସଚେତନ କରିବା ଜରୁରୀ ହୋଇ ପଡ଼ିଛି । ବିଶେଷ କରି ଭୁବନେଶ୍ୱରର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରତି ବର୍ଷ ଡେଙ୍ଗୁ ଆତଙ୍କ ଖେଳାଉଛି । ଏହାର କାରଣ ଖୋଜିବା ସହ ନିରାକରଣ ମଧ୍ୟ ଜରୁରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରି ଥିବା ବେଳେ ଭୁବନେଶ୍ୱରରେ ୪୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଡେଙ୍ଗୁରେ ଜୀବନ ଯାଇଥିଲା ସେଥିଲାଗି ଲୋକଙ୍କ ମନରେ ଡେଙ୍ଗୁକୁ ନେଇ ଡର ରହୁଛି । ଏ ନେଇ ଭୁବନେଶ୍ୱର ମେୟର କହିଛନ୍ତି କି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ଦୁଃଖ ଦାୟକ । ଆମ ପାଇଁ ସଭିଙ୍କ ଜୀବନ ମୂଲ୍ୟବାନ । ଡେଙ୍ଗୁ ଦମନ ପାଇଁ ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବରେ କାମ କରୁଛି ବିଏମସି । ତେବେ ଗତ ବର୍ଷ ଠାରୁ ଭୁବନେଶ୍ୱର ଡେଙ୍ଗୁ ନିୟନ୍ତ୍ରଣରେ ଅଛି ତଥାପି ଆମକୁ ସର୍ତକ ରହିବାକୁ ପଡିବ ବୋଲି କହିଛନ୍ତି ।

The post ରାଜଧାନୀରେ ପୁଣି ଡେଙ୍ଗୁ ଜ୍ୱର ଆତଙ୍କ, ସଚେତନ ନହେଲେ ବୁଡ଼ିବ ଭେଳା appeared first on KNews Odisha.