ରାଜଧାନୀରେ ପୋଲିସ ବି ଅସୁରକ୍ଷିତ, ଟ୍ରାଫିକ କନେଷ୍ଟବଳଙ୍କ ମୁଣ୍ଡରେ ଗାଡି ଚଢାଇ ଡ୍ରାଇଭର ଚମ୍ପଟ

ଭୁବନେଶ୍ୱର ୩୦।୦୬ : ନୂଆପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍‌ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଟ୍ରାଫିକ୍‌ ଥାନା-୧ରେ କାର୍ଯ୍ୟରତ ମଧୁସୂଦନ କ୍ରିଷାନି। ଏନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଧୁସୂଦନଙ୍କ ଘର ମାଲାକାନାଗିରିରେ । ସେ ଦୀର୍ଘ ବର୍ଷ ହେବ କମିଶନରେଟ୍‌ ପୁଲିସ୍‌ରେ ଟ୍ରାଫିକ୍‌ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ଶନିବାର ରାମ ମନ୍ଦିର ଛକରେ ଡ୍ୟୁଟି ଥିଲା । ରାତ ସାଢ଼େ ୧୦ଟା ବେଳେ ସେ ଡ୍ୟୁଟି ସାରି ତାଙ୍କ ବାଇକ୍‌ରେ ଖଣ୍ଡଗିରି ସ୍ଥିତ ଘରକୁ ଫେରୁଥିଲେ । କଳିଙ୍ଗ ଷ୍ଟାଡିଅମ ୯ ନମ୍ବର ଫାଟକ ସାମ୍ନାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ପଡି ଯାଇଥିଲେ। ତାଙ୍କ ମୁଣ୍ଡ ଉପରେ ଗାଡିଟି ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା   ଘଟାଇଥିବା ଗାଡି ଘଟଣା ସ୍ଥଳରୁ ଚମ୍ପଟ   ମାରିଥିଲା । ଦୁର୍ଘଟଣାପରେ ସେଠାରେ ନାହିଁ ନଥିବା ଟ୍ରାଫିକ ଜାମ ହୋଇଥିଲା । ଖବର ପାଇ ନୟାପଲ୍ଳୀ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ସହ ମୃତଦେହ ହସ୍ପିଟାଲ୍‌ ପଠାଇଥିଲା । ଡିସିପି ପ୍ରତୀକ ସିଂ ମଧ୍ୟ ଘଟଣା ସ୍ଥଳକୁ  ଯାଇଥିଲେ । ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ

ରାଜଧାନୀରେ ପୋଲିସ ବି ଅସୁରକ୍ଷିତ, ଟ୍ରାଫିକ କନେଷ୍ଟବଳଙ୍କ ମୁଣ୍ଡରେ ଗାଡି ଚଢାଇ ଡ୍ରାଇଭର ଚମ୍ପଟ

ଭୁବନେଶ୍ୱର ୩୦।୦୬ : ନୂଆପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍‌ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଟ୍ରାଫିକ୍‌ ଥାନା-୧ରେ କାର୍ଯ୍ୟରତ ମଧୁସୂଦନ କ୍ରିଷାନି। ଏନେଇ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ମଧୁସୂଦନଙ୍କ ଘର ମାଲାକାନାଗିରିରେ । ସେ ଦୀର୍ଘ ବର୍ଷ ହେବ କମିଶନରେଟ୍‌ ପୁଲିସ୍‌ରେ ଟ୍ରାଫିକ୍‌ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ଶନିବାର ରାମ ମନ୍ଦିର ଛକରେ ଡ୍ୟୁଟି ଥିଲା । ରାତ ସାଢ଼େ ୧୦ଟା ବେଳେ ସେ ଡ୍ୟୁଟି ସାରି ତାଙ୍କ ବାଇକ୍‌ରେ ଖଣ୍ଡଗିରି ସ୍ଥିତ ଘରକୁ ଫେରୁଥିଲେ । କଳିଙ୍ଗ ଷ୍ଟାଡିଅମ ୯ ନମ୍ବର ଫାଟକ ସାମ୍ନାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ପଡି ଯାଇଥିଲେ। ତାଙ୍କ ମୁଣ୍ଡ ଉପରେ ଗାଡିଟି ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା   ଘଟାଇଥିବା ଗାଡି ଘଟଣା ସ୍ଥଳରୁ ଚମ୍ପଟ   ମାରିଥିଲା । ଦୁର୍ଘଟଣାପରେ ସେଠାରେ ନାହିଁ ନଥିବା ଟ୍ରାଫିକ ଜାମ ହୋଇଥିଲା । ଖବର ପାଇ ନୟାପଲ୍ଳୀ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିବା ସହ ମୃତଦେହ ହସ୍ପିଟାଲ୍‌ ପଠାଇଥିଲା । ଡିସିପି ପ୍ରତୀକ ସିଂ ମଧ୍ୟ ଘଟଣା ସ୍ଥଳକୁ  ଯାଇଥିଲେ । ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ଦୁର୍ଘଟଣା   ଘଟାଇଥିବା ଗାଡି ଖବର ମିଳିବ ।