ରାଜଧାନୀରେ ବସି ଚଳାଉଥିଲେ ନେଟ୍ଓ୍ୱର୍କ, ପାକିସ୍ତାନ ଏବଂ ଚୀନ୍କୁ ଯାଉଥିଲା କଲ୍
ଭୁବନେଶ୍ୱର ୧୭।୦୮ : ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣା । ସିମ୍ ବକ୍ସ ସହ ୧ ହଜାର ସିମ୍ ଜବତ ହୋଇଛି । ସମସ୍ତ ସିମ୍ ପଶ୍ଚିମବଙ୍ଗରେ ଆକ୍ଟିଭେଟ୍ ହୋଇଛି ବୋଲି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଡ୍ଲେସ୍ ରାଉଟର ସହ ଅବ୍ୟବହୃତ ସିମ୍ ଜବତ ହୋଇଛି । ଏହି ମାମଲାରେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ ବି କରାଯାଇଛି । ଗିରଫ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି ।ସେ ଭୁବନେଶ୍ୱର କେଶୁରାରେ ଘର ଭଡ଼ା ଦେଇଥିଲେ । ଭଡ଼ା ଘରୁ ହିଁ ସିମ୍ ବକ୍ସ ଅପରେଟ୍ କରୁଥିଲେ । ଏପିରିକି ସିମ୍ ବକ୍ସରେ ଆଏସ୍ଡି କଲ୍କୁ ବାଇପାସ୍ କରାଯାଉଥିଲା। ସିମ୍ ବକ୍ସ ଜରିଆରେ ପାକିସ୍ତାନ ଏବଂ ଚୀନ୍କୁ କଲ୍ ହେଉଥିଲା । ତେବେ ଆତଙ୍କବାଦୀ କିମ୍ବା ଆଇ ଏସ୍ ଆଇ ସଙ୍ଗଠନକୁ ଖବର ଯାଉଥିଲା କି ନାହିଁ ତାର ଚାଲିଛି ତଦନ୍ତ । ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟକ ନିଆଯିବ । ଏପିରିକି ସିମ୍ ବକ୍ସକୁ ଇନଷ୍ଟଲ କରିଥିଲା ବାଙ୍ଗଲାଦେଶରୁ ଆସିଥିଲେ ଇଞ୍ଜିନିୟର ।
ଭୁବନେଶ୍ୱର ୧୭।୦୮ : ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣା । ସିମ୍ ବକ୍ସ ସହ ୧ ହଜାର ସିମ୍ ଜବତ ହୋଇଛି । ସମସ୍ତ ସିମ୍ ପଶ୍ଚିମବଙ୍ଗରେ ଆକ୍ଟିଭେଟ୍ ହୋଇଛି ବୋଲି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଡ୍ଲେସ୍ ରାଉଟର ସହ ଅବ୍ୟବହୃତ ସିମ୍ ଜବତ ହୋଇଛି । ଏହି ମାମଲାରେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ ବି କରାଯାଇଛି । ଗିରଫ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି ।ସେ ଭୁବନେଶ୍ୱର କେଶୁରାରେ ଘର ଭଡ଼ା ଦେଇଥିଲେ । ଭଡ଼ା ଘରୁ ହିଁ ସିମ୍ ବକ୍ସ ଅପରେଟ୍ କରୁଥିଲେ । ଏପିରିକି ସିମ୍ ବକ୍ସରେ ଆଏସ୍ଡି କଲ୍କୁ ବାଇପାସ୍ କରାଯାଉଥିଲା। ସିମ୍ ବକ୍ସ ଜରିଆରେ ପାକିସ୍ତାନ ଏବଂ ଚୀନ୍କୁ କଲ୍ ହେଉଥିଲା । ତେବେ ଆତଙ୍କବାଦୀ କିମ୍ବା ଆଇ ଏସ୍ ଆଇ ସଙ୍ଗଠନକୁ ଖବର ଯାଉଥିଲା କି ନାହିଁ ତାର ଚାଲିଛି ତଦନ୍ତ । ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟକ ନିଆଯିବ । ଏପିରିକି ସିମ୍ ବକ୍ସକୁ ଇନଷ୍ଟଲ କରିଥିଲା ବାଙ୍ଗଲାଦେଶରୁ ଆସିଥିଲେ ଇଞ୍ଜିନିୟର ।