ରାଜଧାନୀରେ ବିଭତ୍ସ କାଣ୍ଡ: ଘରୁ ଡାକି ନେଇ ଲହୁଲୁହାଣ କଲେ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ବିଭତ୍ସ କାଣ୍ଡ। ଘରୁ ଡାକି ନେଇ ନଦୀ ବନ୍ଧରେ କଲେ ଲହୁଲୁହାଣ। ନନ୍ଦନକାନନ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବରିମୁଣ୍ଡ ଗ୍ରାମର ସନ୍ତୋଷ ପଣ୍ଡାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। ସନ୍ତୋଷଙ୍କ ବୟସ ୫୦। ଜମି ବେପାର କରନ୍ତି ସନ୍ତୋଷ। ସନ୍ତୋଷଙ୍କ ଗୋଡ଼ରେ ଏକ ଗଭୀର କ୍ଷତ ସୃଷ୍ଟି ହୋଉଛି। ତାଙ୍କୁ ଶାବଳରେ ଆକ୍ରମଣ କିମ୍ବା ଗୁଳିମାଡ଼ କରାଯାଉଥିବା ସନ୍ଦେହ କରାଯାଉଛି। ସନ୍ଧ୍ୟାବେଳେ ଘରୁ ଡାକି ନେଇ ଗଣ୍ଡରପୁର କେନାଲ […]

ଭୁବନେଶ୍ବର: ରାଜଧାନୀରେ ବିଭତ୍ସ କାଣ୍ଡ। ଘରୁ ଡାକି ନେଇ ନଦୀ ବନ୍ଧରେ କଲେ ଲହୁଲୁହାଣ। ନନ୍ଦନକାନନ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବରିମୁଣ୍ଡ ଗ୍ରାମର ସନ୍ତୋଷ ପଣ୍ଡାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। ସନ୍ତୋଷଙ୍କ ବୟସ ୫୦। ଜମି ବେପାର କରନ୍ତି ସନ୍ତୋଷ। ସନ୍ତୋଷଙ୍କ ଗୋଡ଼ରେ ଏକ ଗଭୀର କ୍ଷତ ସୃଷ୍ଟି ହୋଉଛି। ତାଙ୍କୁ ଶାବଳରେ ଆକ୍ରମଣ କିମ୍ବା ଗୁଳିମାଡ଼ କରାଯାଉଥିବା ସନ୍ଦେହ କରାଯାଉଛି। ସନ୍ଧ୍ୟାବେଳେ ଘରୁ ଡାକି ନେଇ ଗଣ୍ଡରପୁର କେନାଲ ଠାରେ ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଖବର ପାଇ ପୁଲିସ ଆହତଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରିବା ସହ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା ଜାରି ରଖିଛି।