ରାଜଧାନୀରେ ବ୍ଲକିଂ-ଚେକିଂ ଜୋରଦାର, ୧୧ଟି ଥାନାର ପୋଲିସ କର୍ମୀ ସାମିଲ
ବାରଙ୍ଗ ୧୯।୦୧ : ରାଜଧାନୀରେ ଜୋରଦାର ବ୍ଲକିଂ-ଚେକିଂ ଆଉ ଡ୍ରଙ୍କେନ୍ ଡ୍ରାଇଭ୍ । ଏହି ଚେକିଂରେ ସାମିଲ ହେଲେ ୬ଟି ଜୋନ୍ରେ ଥିବା ୧୧ଟି ଥାନାର ୬୦ ପୋଲିସ କର୍ମୀ ଏବଂ ଦୁଇ ପ୍ଲାଟୁନ୍ ଫୋର୍ସ । ମଦ୍ୟପ ଗାଡି ଚାଳକ ଏବଂ ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ରାତିସାରା ରାଜଧାନୀର ବିଭିନ୍ନ ଟ୍ରାଫିକ୍ ଛକ, କଟିଙ୍ଗ ଏବଂ ଜିରୋ ଟୋଲରେନ୍ସ ଅଞ୍ଚଳରେ ଚାଲିଛି ବ୍ଲକିଂ-ଚେକିଂ । ବ୍ରିଥ୍ ଆନାଲାଇସ୍ରେ ଦ୍ୱାରା ମଦ୍ୟପ ଚାଳକଙ୍କୁ ଚିହ୍ନଟ ପରେ କଟାଯାଉଛି ଚାଲାଣ । ଏଥିସହିତ ସନ୍ଦିଗ୍ଧ ଜଣାପଡିଲେ ଗାଡି ଡିକି ଏବଂ କାଗଜପତ୍ର ଚେକ୍ ହେଉଛି । ବିଶେଷ କରି ରାଜଧାନୀରେ ଘଟୁଥିବା ଅପରାଧ ଉପରେ ରୋକ ଲଗାଇବା ପାଇଁ ଏପରି କଡ଼ା ଯାଞ୍ଚ ହେଉଛି । ଆଗକୁ ମଧ୍ୟ ଏପରି ଜାରି ରହିବ ବୋଲି ଜଣାପଡିଛି । https://www.prameyanews7.com/worship-krishna-balaram-in-bargarh-dhanuyatra/ The post ରାଜଧାନୀରେ ବ୍ଲକିଂ-ଚେକିଂ ଜୋରଦାର, ୧୧ଟି ଥାନାର ପୋଲିସ କର୍ମୀ ସାମିଲ appeared first on Prameya News7.
ବାରଙ୍ଗ ୧୯।୦୧ : ରାଜଧାନୀରେ ଜୋରଦାର ବ୍ଲକିଂ-ଚେକିଂ ଆଉ ଡ୍ରଙ୍କେନ୍ ଡ୍ରାଇଭ୍ । ଏହି ଚେକିଂରେ ସାମିଲ ହେଲେ ୬ଟି ଜୋନ୍ରେ ଥିବା ୧୧ଟି ଥାନାର ୬୦ ପୋଲିସ କର୍ମୀ ଏବଂ ଦୁଇ ପ୍ଲାଟୁନ୍ ଫୋର୍ସ । ମଦ୍ୟପ ଗାଡି ଚାଳକ ଏବଂ ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଇଛି ।
ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ରାତିସାରା ରାଜଧାନୀର ବିଭିନ୍ନ ଟ୍ରାଫିକ୍ ଛକ, କଟିଙ୍ଗ ଏବଂ ଜିରୋ ଟୋଲରେନ୍ସ ଅଞ୍ଚଳରେ ଚାଲିଛି ବ୍ଲକିଂ-ଚେକିଂ । ବ୍ରିଥ୍ ଆନାଲାଇସ୍ରେ ଦ୍ୱାରା ମଦ୍ୟପ ଚାଳକଙ୍କୁ ଚିହ୍ନଟ ପରେ କଟାଯାଉଛି ଚାଲାଣ । ଏଥିସହିତ ସନ୍ଦିଗ୍ଧ ଜଣାପଡିଲେ ଗାଡି ଡିକି ଏବଂ କାଗଜପତ୍ର ଚେକ୍ ହେଉଛି । ବିଶେଷ କରି ରାଜଧାନୀରେ ଘଟୁଥିବା ଅପରାଧ ଉପରେ ରୋକ ଲଗାଇବା ପାଇଁ ଏପରି କଡ଼ା ଯାଞ୍ଚ ହେଉଛି । ଆଗକୁ ମଧ୍ୟ ଏପରି ଜାରି ରହିବ ବୋଲି ଜଣାପଡିଛି ।
The post ରାଜଧାନୀରେ ବ୍ଲକିଂ-ଚେକିଂ ଜୋରଦାର, ୧୧ଟି ଥାନାର ପୋଲିସ କର୍ମୀ ସାମିଲ appeared first on Prameya News7.