ରାଜଧାନୀରେ ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ

ଏବର୍ଷ ଦୁର୍ଗା ପୂଜା ପେଣ୍ଡାଲରେ ନୂଆ ଦୃଶ୍ୟ। ରାଜଧାନୀରେ ବିଭିନ୍ନ ପେଣ୍ଡାଲ ବୁଲି ମାଆଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସବୁଠି ତାଙ୍କୁ ମିଳିଛି ସମ୍ବର୍ଦ୍ଧନା।

ରାଜଧାନୀରେ ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମହିଷାମର୍ଦ୍ଦିନୀଙ୍କୁ ଦର୍ଶନ ସହ କୃପା ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଥିରେ ଥିଲେ ପତ୍ନୀ ପ୍ରିୟଙ୍କା ମାରାଣ୍ଡି । ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ବରର ପାଟଣାସାହି ପୂଜାମଣ୍ଡପରୁ ଦର୍ଶନ ଆରମ୍ଭ କରିଥିଲେ। ତାପରେ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ପୁରୁଣା ଷ୍ଟେସନବଜାର ଓ ଲକ୍ଷ୍ମୀସାଗର ପୂଜା ପେଣ୍ଡାଲ ବୁଲି ଦେବୀ ଦର୍ଶନ କରିଥିଲେ ।