ରାଜଧାନୀରେ ମର୍ଡର: ଯୁବକଙ୍କୁ ହତ୍ୟା କରି ରେଳଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱରୀ,୨ା୧: ରାଜଧାନୀ ଭୁବନେଶ୍ବରରେ ଥମୁନି ମର୍ଡର। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛନ୍ତି ଦୁର୍ବୃତ୍ତ। ଗୁରୁବାର ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବକଙ୍କ ନାମ ହେଲା ସ୍ବରାଜ ବେହେରା। ମୃତଦେହଟି ପୁନାମା ଗେଟ୍‌ ନିକଟସ୍ଥ ରେଳ ଧାରଣାରୁ ଜବତ ହୋଇଛି। ତେବେ ସ୍ବରାଜଙ୍କ ପିଠି ଓ ଦେହରେ ଖଣ୍ଡାଚୋଟର ଚିହ୍ନ ରହିଥିବାରୁ ଏହା ଏକ […] The post ରାଜଧାନୀରେ ମର୍ଡର: ଯୁବକଙ୍କୁ ହତ୍ୟା କରି ରେଳଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ appeared first on Dharitri Odia News.

ରାଜଧାନୀରେ ମର୍ଡର: ଯୁବକଙ୍କୁ ହତ୍ୟା କରି ରେଳଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱରୀ,୨ା୧: ରାଜଧାନୀ ଭୁବନେଶ୍ବରରେ ଥମୁନି ମର୍ଡର। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇ ଚାଲିଛନ୍ତି ଦୁର୍ବୃତ୍ତ। ଗୁରୁବାର ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବକଙ୍କ ନାମ ହେଲା ସ୍ବରାଜ ବେହେରା।

ମୃତଦେହଟି ପୁନାମା ଗେଟ୍‌ ନିକଟସ୍ଥ ରେଳ ଧାରଣାରୁ ଜବତ ହୋଇଛି। ତେବେ ସ୍ବରାଜଙ୍କ ପିଠି ଓ ଦେହରେ ଖଣ୍ଡାଚୋଟର ଚିହ୍ନ ରହିଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଜାରି ରଖିଛି।

The post ରାଜଧାନୀରେ ମର୍ଡର: ଯୁବକଙ୍କୁ ହତ୍ୟା କରି ରେଳଧାରଣାରେ ଫିଙ୍ଗିଦେଲେ ଦୁର୍ବୃତ୍ତ appeared first on Dharitri Odia News.