ରାଜଧାନୀରେ ସାବାଡ ହେବେ ଅମାନିଆ, ରାସ୍ତାରେ ଲାଗିବ ସ୍ପାଇକ ବ୍ୟାରିୟର
ଭୁବନେଶ୍ବର ୨/୬: ଟ୍ରାଫିକ ନେଇ ଯେତେ କଟକଣା କଲେ ବି ଲୋକେ ନିୟମ ଉଲ୍ଲଂଘନ କରୁଛନ୍ତି । ହେଲ୍ମେଟ ନପିନ୍ଧିବା ହେଉକି ବାଇକରେ ୩ଜଣ ବସିବା । ଏଥି ସହ ରଙ୍ଗ ରୁଟ୍ରେ ଡ୍ରାଇଭିଂ କରିବା ଯେମିତି ଲୋକଙ୍କ ଦେହସୁହା ହୋଇଗଲାଣି । ଏମିତି ନିୟମ ଭାଙ୍ଗୁଥିବା ଅମାନିଆ ଏବେଠୁ ସାବଧାନ ହୋଇଯାଆନ୍ତୁ । ରାଜଧାନୀରେ ଦୁର୍ଘଟଣା କମାଇବା ସହ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବ ସ୍ପାଇକ ବ୍ୟାରିୟର । ନିୟମ ଭାଙ୍ଗୁଥିବା ଚାଳକଙ୍କ ନାଁରେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଖସି ପଳାଉଥିବା ଗାଡି ଚକା ଲିକ୍ ହୋଇଯିବ । ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ ଓ ହେଲମେଟ ନପିନ୍ଧିବା ଚାଳକଙ୍କ ପରେ ଏବେ ଗାଡି ଚଲାଇବା ବେଳେ ଫୋନରେ କଥା ହେଉଥିବା ଚାଳକଙ୍କ ପାଇଁ ଅଧିକ କଠୋର ହୋଇଛି ପୋଲିସ । ଯେଉଁମାନେ ଗାଡି ଚଲାଇବା ବେଳେ ମୋବାଇଲରେ କଥା ହେଉଛନ୍ତି ସେମାନଙ୍କ ଗାଡି ସିଜ୍ ସହ ଜବତ ହେବ ମୋବାଇଲ । ଏ ସଂପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା ।
ଭୁବନେଶ୍ବର ୨/୬: ଟ୍ରାଫିକ ନେଇ ଯେତେ କଟକଣା କଲେ ବି ଲୋକେ ନିୟମ ଉଲ୍ଲଂଘନ କରୁଛନ୍ତି । ହେଲ୍ମେଟ ନପିନ୍ଧିବା ହେଉକି ବାଇକରେ ୩ଜଣ ବସିବା । ଏଥି ସହ ରଙ୍ଗ ରୁଟ୍ରେ ଡ୍ରାଇଭିଂ କରିବା ଯେମିତି ଲୋକଙ୍କ ଦେହସୁହା ହୋଇଗଲାଣି । ଏମିତି ନିୟମ ଭାଙ୍ଗୁଥିବା ଅମାନିଆ ଏବେଠୁ ସାବଧାନ ହୋଇଯାଆନ୍ତୁ । ରାଜଧାନୀରେ ଦୁର୍ଘଟଣା କମାଇବା ସହ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବ ସ୍ପାଇକ ବ୍ୟାରିୟର । ନିୟମ ଭାଙ୍ଗୁଥିବା ଚାଳକଙ୍କ ନାଁରେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ଖସି ପଳାଉଥିବା ଗାଡି ଚକା ଲିକ୍ ହୋଇଯିବ ।
ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ ଓ ହେଲମେଟ ନପିନ୍ଧିବା ଚାଳକଙ୍କ ପରେ ଏବେ ଗାଡି ଚଲାଇବା ବେଳେ ଫୋନରେ କଥା ହେଉଥିବା ଚାଳକଙ୍କ ପାଇଁ ଅଧିକ କଠୋର ହୋଇଛି ପୋଲିସ । ଯେଉଁମାନେ ଗାଡି ଚଲାଇବା ବେଳେ ମୋବାଇଲରେ କଥା ହେଉଛନ୍ତି ସେମାନଙ୍କ ଗାଡି ସିଜ୍ ସହ ଜବତ ହେବ ମୋବାଇଲ । ଏ ସଂପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା ।