ରାଜଧାନୀରେ ୨୪ ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ

ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍‌ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ।

ରାଜଧାନୀରେ ୨୪ ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ

ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ଘଣ୍ଟା ଧରି ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍‌ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ। ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍‌କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି। ଜଳ ଯୋଗାଣ ବନ୍ଦ ରହିବାକୁ ଥିବା ଅଞ୍ଚଳ ଗୁଡ଼ିକ ହେଲା ଘାଟିକିଆ, ପୋଖରୀପୁଟ୍‌, ହାଇ ଲେଭେଲ୍‌ ଟ୍ୟାଙ୍କ, ନୟାପଲ୍ଲୀ ଅଞ୍ଚଳ ଓ ଚନ୍ଦ୍ରଶେଖରପୁର।

ଘାଟିକିଆ

କଳିଙ୍ଗନଗର, ପାତ୍ରପଡ଼ା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରି ବାରି, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସିଆର୍‌ପିଫ୍‌ ଅଞ୍ଚଳ, ଏକମ୍ର ଭିଲ୍ଲା, ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଞ୍ଚଳ, ତପୋବନ, ଏମ୍ସନଗର, ଏମ୍‌ସ ହସ୍ପିଟାଲ୍‌।

ପୋଖରୀପୁଟ

ଯଦୁପୁର, ଡୁମ୍‌ଡୁମା ଗାଁ, ଡୁମ୍‌ଡୁମା ହାଇସିଂ ବୋର୍ଡ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତ ମଧୁ ନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାରର୍ଗିଲ ବସ୍ତି, କପିଳ ପ୍ରସାଦ ଗାଁ, କପିଳ ପ୍ରସାଦ ବିଡିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ, କ୍ରିଷ୍ଣା ଗାର୍ଡେନ୍‌, ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧି ବିହାର, ସୌଭାଗ୍ୟ ନଗର, ଶତାଦ୍ଦୀ ନଗର।

ହାଇ ଲେଭେଲ୍‌ ଟ୍ୟାଙ୍କ

ଏରୋଡ୍ରମ୍‌ ଏରିଆ, ଭିମ୍‌ପୁର, ପଳାସପଲ୍ଲୀ, ଫରେଷ୍ଟପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍‌-୧ଠାରୁ ୮(ଆଂଶିକ)।

ନୟାପଲ୍ଲୀ ଅଞ୍ଚଳ

ଆଇଆର୍‌ସି ଭିଲେଜ, ଏନ୍‌-୧ରୁ ଏନ୍‌ ୬ ପର୍ଯ୍ୟନ୍ତ, ନୟାପଲ୍ଲୀ ଗାଁ, କବାରୀ ବସ୍ତି, ଗଡସାହି ବସ୍ତି, ନୀଳଗଣ୍ଠ ନଗର, ବାଲିତୋଟା ସାହି, ଆନନ୍ଦ ବିହାର, ସୀତାପୁର ବସ୍ତି, ଶାସ୍ତ୍ରୀ ନଗର।

ଚନ୍ଦ୍ରଶେଖରପୁର

ନୀଳାଦ୍ରିବିହାର, ସାଲିଆ ସାହି ଓ ମୈତ୍ରି ବିହାର।

ଏହି ସବୁ ଅଞ୍ଚଳରେ ଶୁକ୍ରବାର ଦିନ ୨ଟାରୁ ଶନିବାର ଦିନ ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ଅସୁବିଧା ପାଇଁ ଆମେ ଦୁଃଖତ ବୋଲି ପ୍ରେସ୍‌ ରିଲିଜ୍‌ ଜାରି କରି ଦୁଃଖ ପ୍ରକାଶ କରିଛନ୍ତି ୱାଟ୍‌କୋ-୧ ମହାପ୍ରବନ୍ଧକ।