‘ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ’
ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛନ୍ତି। ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ।
ରାଜଧାନୀ ଭୁବନେଶ୍ୱରରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ। ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ଡିସିପି କହିଛନ୍ତି, ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛନ୍ତି। ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ। ବାଣ ଦୋକାନ ମଧ୍ୟରେ ଅତି କମ୍ରେ ୫ ଫୁଟ୍ ଦୂରତା ରହିବା ଆବଶ୍ୟକ। ବେଆଇନ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୁଲିସ ଚଢ଼ଉ କରୁଛି। ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୁଲିସ ଜବତ କରିଛି। ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି।