ରାଜନଗର ବାଲିଯାତ୍ରା ଉଦଯାପିତ
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମରେ ବୋଇତ ବନ୍ଦାଣ ଅବସରରେ ଚାଲିଥିବା ୫ ଦିନିଆ ବାଲିଯାତ୍ରାର ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ରାଜନଗରବାସୀଙ୍କ ଏହି ମହତ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ ବାଲିଯାତ୍ରା କମିଟିର ସଭାପତି ତୃପ୍ତି ରଞ୍ଜନ ସିଂହ, ସମ୍ପାଦକ ବସନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ନାଏକ ଏବଂ […]

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମରେ ବୋଇତ ବନ୍ଦାଣ ଅବସରରେ ଚାଲିଥିବା ୫ ଦିନିଆ ବାଲିଯାତ୍ରାର ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ରାଜନଗରବାସୀଙ୍କ ଏହି ମହତ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ ବାଲିଯାତ୍ରା କମିଟିର ସଭାପତି ତୃପ୍ତି ରଞ୍ଜନ ସିଂହ, ସମ୍ପାଦକ ବସନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ନାଏକ ଏବଂ ବାଲିଯାତ୍ରା କମିଟିର ସମସ୍ତ ସଦସ୍ୟମାନେ ମୀନାବଜାର ବୁଲାବୁଲି କରିଥିଲେ । ମୀନାବଜାରରେ ମୁଖ୍ୟ ଅତିଥି ମଥୁରା କେକ ଖାଇଥିଲେ। ଉଦଯାପନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।