ରାଜନଗରରେ ଚାଞ୍ଚଲ୍ୟ: ଘରୁ ମିଳିଲା ମା, ବାପା, ପୁଅଙ୍କ ମୃତଦେହ

ରାଜନଗର,୩।୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗ୍ରାମରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ ରାଜନଗର ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ(୫୩), ମା’ ଜୟନ୍ତୀ ମଣ୍ଡଳ(୪୫) ଓ ପୁଅ ପରୀକ୍ଷିତ ମଣ୍ଡଳ(୨୭)। ମିଳିଥିବା ସୂଚନା ମୁତାବକ, ଗ୍ରାମବାସୀ ଶ୍ରୀଦାମଙ୍କ ଝୁଲନ୍ତା ମୃତଦେହ ଛାତରୁ ଓହଳି ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ […] The post ରାଜନଗରରେ ଚାଞ୍ଚଲ୍ୟ: ଘରୁ ମିଳିଲା ମା, ବାପା, ପୁଅଙ୍କ ମୃତଦେହ appeared first on Dharitri Odia News.

ରାଜନଗରରେ ଚାଞ୍ଚଲ୍ୟ: ଘରୁ ମିଳିଲା ମା, ବାପା, ପୁଅଙ୍କ ମୃତଦେହ

ରାଜନଗର,୩।୩(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗ୍ରାମରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ ରାଜନଗର ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ(୫୩), ମା’ ଜୟନ୍ତୀ ମଣ୍ଡଳ(୪୫) ଓ ପୁଅ ପରୀକ୍ଷିତ ମଣ୍ଡଳ(୨୭)।

ମିଳିଥିବା ସୂଚନା ମୁତାବକ, ଗ୍ରାମବାସୀ ଶ୍ରୀଦାମଙ୍କ ଝୁଲନ୍ତା ମୃତଦେହ ଛାତରୁ ଓହଳି ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରୁ ୩ଟି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ତହସିଲଦାର ଅଜୟ କୁମାର ମହାନ୍ତି, ଏସ୍‌ଡିପିଓ କ୍ଷମାସାଗର ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କେଉଁ ପରିସ୍ଥିତିରେ ପରିବାର ୩ଜଣଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

The post ରାଜନଗରରେ ଚାଞ୍ଚଲ୍ୟ: ଘରୁ ମିଳିଲା ମା, ବାପା, ପୁଅଙ୍କ ମୃତଦେହ appeared first on Dharitri Odia News.