ରାଜନୀତିକୁ ଫେରିବେ ଗୋବିନ୍ଦା!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଗୋବିନ୍ଦା ଦୀର୍ଘ ସମୟ ଧରି ଫିଲ୍ମ ଦୁନିଆଠାରୁ ଦୂରେଇ ରହିଛନ୍ତି। ଏହି ଅଭିନେତାଙ୍କୁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରେଙ୍ଗିଲା ରାଜା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସେବେଠାରୁ ସେ ପରଦାରୁ ନିଖୋଜ ଅଛନ୍ତି। ଏବେ ଖବର ଆସୁଛି ଯେ ଅଭିନେତା ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତେବେ ଅଭିନେତା ପୂର୍ବରୁ ରାଜନୀତିର ସ୍ବାଦ ଚାଖି ସାରିଛନ୍ତି ଏବଂ ବର୍ତ୍ତମାନ ସେ ପୁଣି ଥରେ ଏହି ମଇଦାନରେ ନିଜ ଭାଗ୍ୟ ପରୀକ୍ଷା […] The post ରାଜନୀତିକୁ ଫେରିବେ ଗୋବିନ୍ଦା! appeared first on Dharitri Odia News.

ରାଜନୀତିକୁ ଫେରିବେ ଗୋବିନ୍ଦା!

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଗୋବିନ୍ଦା ଦୀର୍ଘ ସମୟ ଧରି ଫିଲ୍ମ ଦୁନିଆଠାରୁ ଦୂରେଇ ରହିଛନ୍ତି। ଏହି ଅଭିନେତାଙ୍କୁ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରେଙ୍ଗିଲା ରାଜା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସେବେଠାରୁ ସେ ପରଦାରୁ ନିଖୋଜ ଅଛନ୍ତି। ଏବେ ଖବର ଆସୁଛି ଯେ ଅଭିନେତା ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ତେବେ ଅଭିନେତା ପୂର୍ବରୁ ରାଜନୀତିର ସ୍ବାଦ ଚାଖି ସାରିଛନ୍ତି ଏବଂ ବର୍ତ୍ତମାନ ସେ ପୁଣି ଥରେ ଏହି ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ଆଲୋଚନା ହେଉଛି।
ଇ-ଟାଇମ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଛୋଟେ ମିଆଁ ରାଜନୀତିରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଅଭିନେତା ଚଳିତ ବର୍ଷ ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକ ସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହଯୋଗୀ ଦଳ ଶିବସେନା ଟିକେଟରେ ନିର୍ବାଚନ ଲଢିବେ। ତେବେ ଅଭିନେତା ଏହା ଉପରେ କୌଣସି କନଫରମେଶନ ଦେଇନାହାଁନ୍ତି।

ବିଶେଷ ସୂତ୍ରର ରିପୋର୍ଟ ଅନୁଯାୟୀ, ଗୋବିନ୍ଦା ଟିକେଟ ଅଫର ପାଇଛନ୍ତି କିନ୍ତୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଏହାର ସୂଚନା କେବଳ ଗୋଟିଏରୁ ଦୁଇ ଦିନ ମଧ୍ୟରେ କ୍ଲିୟର ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୦୪ରେ ଅଭିନେତା ଉତ୍ତର ମୁମ୍ବାଇ ଲୋକ ସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଭାଜପା ଭେଟେରାନ ରାମ ନାୟକଙ୍କୁ ପରାସ୍ତ କରିଥିଲେ।
ଗୋବିନ୍ଦାଙ୍କ ବିଜୟ ତାଙ୍କୁ ‘ଜଏଣ୍ଟ କିଲର’ ଆଖ୍ୟା ଅର୍ଜନ କରିଥିଲା। କାରଣ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନମଣ୍ଡଳୀ ଉତ୍ତର ମୁମ୍ବାଇରେ ଅନ୍ତର୍ଭୁକ୍ତ। ଦୀର୍ଘ ଦିନ ଧରି ଏହା ଭାଜପାର ଏକ ଗଡ଼ ଭାବରେ ପରିଗଣିତ ହେଉଥିଲା। ରାମ ନାଏକ ଏଠାରୁ ପାଞ୍ଚ ଥର ଏମପି ଥିଲେ ଏବଂ ଏଭଳି ପରିସ୍ଥିତିରେ ଗୋବିନ୍ଦା ଜିତିଲେ ଏହା ଏକ ବଡ ପରିବର୍ତ୍ତନ ବୋଲି ପ୍ରମାଣିତ ହୋଇଥିଲା।

The post ରାଜନୀତିକୁ ଫେରିବେ ଗୋବିନ୍ଦା! appeared first on Dharitri Odia News.