ରାଜନୀତିର ମୈଦାନକୁ ଡେଇଁଲେ ‘ଲିଓ’ ଷ୍ଟାର୍ ; କହିଲେ 'ଥାଲାପଥୀ ୬୯' ଶେଷ ପ୍ରୋଜେକ୍ଟ

ନୂଆ ଦଳ ଗଢିଛନ୍ତି ତାମିଲ ସିନେମା ଅଭିନେତା ଥାଲାପଥୀ ବିଜୟ। ସେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ପରେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି।

ରାଜନୀତିର ମୈଦାନକୁ ଡେଇଁଲେ ‘ଲିଓ’ ଷ୍ଟାର୍ ; କହିଲେ 'ଥାଲାପଥୀ ୬୯' ଶେଷ ପ୍ରୋଜେକ୍ଟ

ତାମିଲ ସିନେମା ଅଭିନେତା ଥାଲାପଥୀ ବିଜୟ ରାଜନୀତିରେ ନିଜ ଯାତ୍ରା ଆରମ୍ଭ କରିଦେଇଛନ୍ତି। ଏନେଇ ସେ ରାଜନୈତିକ ଦଳ ‘ତମିଝାଗା ଭେତ୍ରୀ କଜଗମ’ ଲଞ୍ଚ କରିଛନ୍ତି। ଏଥିସହ ସେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ପରେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି।

ବିଜୟ ଏହା ମଧ୍ୟ କହିଛନ୍ତି ଯେ ବହୁ ପ୍ରତୀକ୍ଷିତ 'ଥାଲାପଥୀ ୬୯' ତାଙ୍କର ଶେଷ ଚଳଚ୍ଚିତ୍ର ହେବ। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ପ୍ରସିଦ୍ଧ ସାଉଥ୍ ଅଭିନେତା ଅରବିନ୍ଦ ସ୍ୱାମୀଙ୍କ ଏକ ପୁରୁଣା ଭାଷଣ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅରବିନ୍ଦ ରାଜନୀତିରେ ଅଭିନେତାଙ୍କ ଯାତ୍ରାର ପ୍ରଭାବ ବିଷୟରେ କହୁଛନ୍ତି।

ଭିଡିଓରେ ଅରବିନ୍ଦ କହିଛନ୍ତି ଯେ ସେ ରଜନୀକାନ୍ତ, କମଲ ହାସନ ଏବଂ ବିଜୟଙ୍କ ଭଳି ଅଭିନେତାଙ୍କର ଜଣେ ବଡ଼ ପ୍ରଶଂସକ କିନ୍ତୁ ସେ ସେମାନଙ୍କୁ ଭୋଟ୍ ଦେବେ ନାହିଁ। ସ୍ୱାମୀ ପ୍ରଶ୍ନ କରିଛନ୍ତି ଯେ ଏଭଳି ସେଲିବ୍ରିଟିଙ୍କ ରାଜନୀତିରେ ପ୍ରବେଶ ସହିତ କୌଣସି ପରିବର୍ତ୍ତନ ଆସିବ କି? 

ଅରବିନ୍ଦ ସ୍ୱୀକାର କରିଛନ୍ତି ଯେ ଅଭିନେତାମାନଙ୍କର ଉଦ୍ଦେଶ୍ୟ ଭଲ ହୋଇଥାଏ, କିନ୍ତୁ ସେମାନେ ଦେଶ ଉପରେ ଶାସନ କରି ବଡ଼ ପ୍ରକଳ୍ପକୁ ସାକାର କରିବାରେ ସକ୍ଷମ ହେବେ କି ନାହିଁ ତାହା ସନ୍ଦେହରେ ଥାଏ। ସାକ୍ଷାତକାରରେ ଅରବିନ୍ଦ ସ୍ୱାମୀ କହିଛନ୍ତି ଯେ ଆପଣ କିପରି ବିଶ୍ୱାସ କରିପାରିବେ ଯେ ଜଣେ ଅଭିନେତା ଭଲ ସରକାରୀ ନୀତି ପ୍ରସ୍ତୁତ କରିବାକୁ ଯୋଗ୍ୟ ହେବେ।